ବୌଦ୍ଧ: ବୌଦ୍ଧ ଜିଲ୍ଲା ପ୍ରେସ୍ କ୍ଲବ୍ର ୯ମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ରକ୍ତଭଣ୍ଡାରଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ୍ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡା. ନାରାୟଣ ପଣ୍ଡା, ପ୍ରେସ୍ କ୍ଲବ୍ ସଭାପତି ପ୍ରଦୋଷ କୁମାର ମିଶ୍ର, ସମ୍ପାଦକ ରଘୁନାଥ ଶତପଥୀ, ସହ-ସମ୍ପାଦକ ଦୁର୍ଯ୍ୟୋଧନ ବିଶି, ବରିଷ୍ଠ ସଦସ୍ୟ ଦେବାନନ୍ଦ ସାହୁ ଏବଂ ଶମ୍ଭୁପ୍ରସାଦ ମିଶ୍ରଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନର ମହତ ବାର୍ତ୍ତା ବାଣ୍ଟିଥିଲେ।
ବୌଦ୍ଧରୁ କୃତ୍ତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






