ଏ.କେ ବ୍ୟିରୋ : ପ୍ରମାଣପତ୍ର, ସହାୟତା ପାଇଁ ୪୯୦ ହିତାଧିକାରୀଙ୍କ ନାମ ପଞ୍ଜୀକରଣ ପାଳଲହଡା ଉପଖଣ୍ଡ ସଦର ମହକୁମା ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨୦୨୬ ପ୍ରଥମ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ସେବା, ସହାୟକ ଉପକରଣ, ଦକ୍ଷତା ବିକାଶ ଓ ସାମାଜିକ ସୁରକ୍ଷା ସୁବିଧା ପ୍ରଦାନ କରାଯାଇଥିଲା । ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ସୁପ୍ରିୟା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପାଳଲହଡା ବ୍ଲକ୍ ଅଧ୍ଯକ୍ଷା ରୀନାରାଣୀ ନାଏକ, ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧୁ ଲିଙ୍ଗରାଜ ଦାସ, ବିଧାୟକଙ୍କ ପ୍ରତିନିଧ ତନ୍ମୟ କୁମାର ସାହୁ, ଡେପୁଟି କଲେକ୍ଟର ବିଦୁସ୍ମିତା ସାହୁ ଓ ସୌମ୍ୟାଶ୍ରୀ ପରିଡ଼ା, ଗୋଷ୍ଠୀ ଉନ୍ନୟନ ଅଧୁକାରୀ ନିଶାନ ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌଭିତ କୁମାର ବିଶି ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।

ଶିବିରରେ ୧୦୪ ଜଣ ଅସ୍ଥିଶଲ୍ୟ, ଶ୍ରବଣ ବାଧୂତ ୮୫ଜଣ, ଦୃଷ୍ଟି ବଧୂତ ୬୭ ଜଣ, ମେଡିସିନ ବିଭାଗରେ ୯୬ ଜଣ, ଶିଶୁ ବିଭାଗରେ ୨୫ ଜଣ, ମାନସିକ ବିକାରଗ୍ରସ୍ତ ୫୬ ଜଣ, କୃତ୍ରିମ ଅଙ୍ଗ ପାଇଁ ୧୭ଜଣ, ଭତ୍ତା ପାଇଁ ୯ ଜଣ, ସ୍କିଲ୍ ଡେଭଲପମେଣ୍ଟ ପାଇଁ ୨, ଏଡ଼ସ ରୋଗୀ ୧୦ ଜଣ, ପେନସନ ପାଇଁ ୨୨ ଜଣ, ବସ ପାସ୍ ପାଇଁ ୪ ଜଣ ଓ ଇନକମ୍ ସାର୍ଟିଫିକେଟ ପାଇଁ ସମୁଦାୟ ୪୯୦ ଜଣ ନାମ ପଞ୍ଜୀକରଣ କରାଇଥିଲେ। ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ କୁମାର ଭୋଇ, ତା. ନିର୍ମଳ କୁମାର ଓଝା, ତା. ଦୁର୍ଲ୍ଲଭ ସାହୁ, ଡା. ବିଧୂସ୍ମିତା ଜେନା, ତା. ବର୍ଷାରାଣୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସୁପ୍ରିୟା ସାହୁ, ବ୍ଳକ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ସହାୟକ ସୁଶାନ୍ତ କୁମାର ସାହୁ, ସମସ୍ତ ପଞ୍ଚାୟତର ନିର୍ବାହୀ ଅଧୁକାରୀ, ଏଡିଇଓ, ମହତାବ ଉଚ୍ଚ ବିଦ୍ୟାଳୟର କର୍ମଚାରୀ, ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟ, ପୁଲିସ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଜଣକୁ ଟ୍ରାଇ ସାଇକେଲ, ତିନି ଜଣଙ୍କୁ ଆଶାବାଡ଼ି ପ୍ରଦାନ କରାଯିବା ସହିତ ଚାରି ଜଣଙ୍କୁ ବ୍ୟାଟେରୀ ଚାଳିତ ହୁଇଲ୍ ଚେୟାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା।ଅନୁଗୋଳ ରୁ ଶ୍ୟାମଘନ ନାଏକ ଙ୍କ ରିପୋର୍ଟ ଆପଣ ଙ୍କ ଖବର






