ଏ.କେ ବ୍ୟୁରୋ : ଭାରତୀୟ କିଷାନ ସଂଘ, ବୌଦ୍ଧ ଜିଲ୍ଲା ତରଫରୁ ବୌଦ୍ଧ ମାଉସୀ ମା ମନ୍ଦିର ଠାରେ ଶତାଧିକ କୃଷକ ନେତା ମାନଙ୍କ ଉପସ୍ଥିତ ରେ ଜିଲ୍ଲା ସଭାପତି ଭୋଳାଗିରି ସାହୁଙ୍କ ସଭାପତିତ୍ୱରେ ଚାଷୀ ମାନଙ୍କ ବିଭିନ୍ନ ଦାବୀ ନେଇ ଏକ ଗର୍ଜନ ଶୋଭାଯାତ୍ରା ଓ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବହୁ ଦିନର ନାର୍ଯ୍ୟ ଦାବୀ ସାଲୁଁକି ନଦୀର ଗୁରୂଜୀମୁଣ୍ଡା ସ୍ଥିତ ଗମ୍ବିରାଦରହ ଠାରେ ବହୁମୁଖୀ ଜଳ ଭଣ୍ଡାର ନିର୍ମାଣ, ଖଡ଼ଙ୍ଗ ନଦୀର ସାଡ଼େଙ୍ଗ ଠାରେ ଜଳ ଭଣ୍ଡାର ନିର୍ମାଣ, ହରଭଙ୍ଗା ବ୍ଲକର ଟିଟାଙ୍ଗପଡା ଠାରେ ଜଳ ଭଣ୍ଡାର ନିର୍ମାଣ ନିମନ୍ତେ ପ୍ରସ୍ତାବ ଥିବାବେଳେ ଡବଲ ଇଂଜିନ ସରକାର ବୈମାତୃକ ମନଭାବ ରଖି ଚାଷୀକୂଳଙ୍କ ଆଶାକୁ ନିରାଶା କରୁଥିବାରୁ ଆସନ୍ତା ନଭେମ୍ବର2 ତାରିଖ ରେ ଦଶ ହଜାରରୁ ଉର୍ଦ୍ଧ ଚାଷୀଙ୍କୁ ନେଇ ଗର୍ଜନ ଶୋଭାଯାତ୍ରା ଓ ସମାବେଶ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି l

ଏହାକୁ ସଫଳ କରିବା ପାଇଁ ପ୍ରତିଜ୍ଞାବଦ୍ଧ ସହିତ ବିଭିନ୍ନ ଆଲୋଚନାରେ କୃଷକନେତା ସୂର୍ଯ୍ୟନାରାୟଣ ମହାପାତ୍ର, ବିଶିକେଶନ ପ୍ରଧାନ, ନବୀନ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ମଧୁସୂଦନ ପ୍ରଧାନ, ପଞ୍ଚାନନ ଦେହୁରୀ, ଲବଣି ମହାକୁଡ଼, ପ୍ରେମଚାନ୍ଦ ପ୍ରଧାନ, କପିଳ କର୍ଣ୍ଣ,ସୁଧାଂଶୁ ଡାଙ୍ଗ ପ୍ରମୁଖ ଭାଗ ନେଇଥିଲେ l ଆସନ୍ତା ଅକ୍ଟୋବର 1 ତାରିଖରୁ ସମସ୍ତ ଚାଷୀନେତାଙ୍କୁ ନେଇ ସାତ ଗୋଟି ଗ୍ରୁପରେ ଗାଁକୁ ଚାଲ ଅଭିଯାନ କରି ଆସନ୍ତା 12 ତାରିଖରେ ବୌଦ୍ଧ ସ୍ଥିତ ମାଉସୀ ମା ମନ୍ଦିର ଠାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ କରିବା ପାଇଁ ସ୍ଥିର କରାଯାଇଥିଲା l ଶେଷରେ ଅବସରପ୍ରାପ୍ତ ଶିକ୍ଷକ ତଥା କୃଷକନେତା ଦିଲ୍ଲୀପ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ବୌଦ୍ଧରୁ କୃତ୍ତିବାସ ପଲିଆଙ୍କ ରିପୋର୍ଟ ଆପଣଙ୍କ ଖବର






