ଏ.କେ ବ୍ୟୁରୋ : କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଖଟଖଟିଆ ଗ୍ରା.ପ. ର କୁମରକେଳି ଗ୍ରାମରେ ବେଆଇନ ଗଞ୍ଜେଇ ଚାଷ, ସଡ଼କ ସୁରକ୍ଷା ଓ ପୋକ୍ସୋ (POCSO) ଆକ୍ଟ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ କୁମରକେଲି ଗ୍ରାମରେ ସ୍ଥାନୀୟ ଭଦ୍ରବ୍ୟକ୍ତି ଓ ଜନସାଧାରଣଙ୍କ ଉପସ୍ଥିତିରେ ‘ଆମ ପୋଲିସ’ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ବୈଠକରେ ବେଆଇନ ଗଞ୍ଜେଇ ଚାଷର ନିରାକରଣ, ସଡ଼କ ସୁରକ୍ଷା ନିୟମର ପାଳନ ଏବଂ ଶିଶୁ ସୁରକ୍ଷା ପାଇଁ ପୋକ୍ସୋ (POCSO) ଆକ୍ଟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ପାଇଁ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ।
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






