ଏ.କେ ବ୍ୟୁରୋ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଗୁହୁରିଆପାଲି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସମାଜସେବୀ ତଥା ବିଜେପିର ସକ୍ରିୟ କର୍ମୀ ସୁନାଧର ମଲିକଙ୍କ ମୁତ୍ୟୁ ଘଟିଛି।
ଆଜି ସକାଳେ ମନମୁଣ୍ଡା ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ସୁନାଧରଙ୍କ ପ୍ରାଣ ଚାଲିଯାଇଥିବା ବେଳେ ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି। ବୌଦ୍ଧ ଜିଲ୍ଲାର ବିଜେପି ମହଳରେ ମଧ୍ୟ ଶୋକ ପ୍ରକାଶ ପାଇଛି। ସୁନାଧର ମଲିକ ଅଞ୍ଚଳରେ ଜଣେ ସମାଜସେବୀ ଭାବେ ପରିଚିତ ଥିବା ସହ ବିଜେପିର ଜଣେ ସକ୍ରୀୟ କର୍ମୀ ଭାବେ ଦଳୀୟ ସଂଗଠନ ସହ ଜଡ଼ିତ ଥିଲେ। ତାଙ୍କ ଅକାଳ ବିୟୋଗରେ ଦଳୀୟ ସହଯୋଗୀ , ବନ୍ଧୁବର୍ଗ, ପରିଚିତ ଓ ଅଞ୍ଚଳବାସୀ ଗଭୀର ମର୍ମାହତ ହୋଇଛନ୍ତି ।
ଜଣେ ସକ୍ରୀୟ ସମାଜସେବୀ ଓ ରାଜନୈତିକ କର୍ମୀଙ୍କ ଏଭଳି ଅକାଳ ବିୟୋଗ ଅଞ୍ଚଳ ପାଇଁ ଏକ ବଡ଼ କ୍ଷତି ବୋଲି ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି। ପରିବାରବର୍ଗ ଙ୍କ ସମେତ ସମଗ୍ର ଗୁହୁରିଆପାଲି ଓ ବିଜେପି କର୍ମୀମହଳ ମଧ୍ୟରେ ଏବେ ଶୋକର ପରିବେଶ ସୃଷ୍ଟି ହୋଇଛି।
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






