ଏ. କେ ବ୍ୟୁରୋ : ଵଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା। ମା’ ଭଟ୍ଟାରିକାଙ୍କ ପୀଠ ପାହାଡ କୋଳରେ ମହାନଦୀ କୂଳରେ। ପୀଠର ଚମତ୍କାର ପ୍ରାକୃତିକ ଶୋଭା ମନମୁଗ୍ଧ କରିଦିଏ।ମହାନଦୀରେ ଛୋଟ ଧରଣର ବନ୍ୟା ଆସିଲେ ମା’ଙ୍କ ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରେ।ମା’ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ।

ଆଜି ମା’ଙ୍କ ପୀଠକୁ ଯାଇଥିଲୁ।ଵରାଵର ବନ୍ୟାଜଳ ଯୋଗୁଁ ମା’ଙ୍କୁ ସ୍ଥାନାନ୍ତର ଓ ଏହି ସମୟରେ ପୂଜା ଅର୍ଚ୍ଚନା, ରୀତିନୀତି ସମ୍ପର୍କରେ ପୂଜକଙ୍କୁ ପଚାରିଥିଲୁ। ପୂଜକଙ୍କ କହିଵା ଅନୁସାରେ ମହାନଦୀ ଜଳ ମା’ଙ୍କ ମନ୍ଦିରରେ ପ୍ରବେଶ କରିବା ଏକ ଶୁଭ ସଙ୍କେତ। ପୂଜକ କୁହନ୍ତି,ନଦୀ ଜଳ ମା’ଙ୍କ ମନ୍ଦିରରେ ପ୍ରବେଶ କରିବା ଅର୍ଥ ମା’ ଗଙ୍ଗା ମା’ ଭଟ୍ଟାରିକାଙ୍କ ପାଦ ସ୍ପର୍ଶ ସହ ପାଦ ଧୋଇ ଦେବାକୁ ଆସନ୍ତି । ତେଣୁ ଏହା ଖୁବ୍ ଶୁଭଙ୍କର।ଆଉ ଯେଉଁ ଵର୍ଷ ନଦୀ ଜଳ ମନ୍ଦିରରେ ପ୍ରବେଶ କରିନଥାଏ,ସେ ଵର୍ଷ କୁମାର ପୂର୍ଣ୍ଣିମାରେ ମା’ଙ୍କର ସ୍ବତନ୍ତ୍ର ପଦ ପ୍ରକ୍ଷାଳନ ଓ ଜଳଛାୟା ନୀତି କରାଯାଇଥାଏ। ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ମହାନଦୀରୁ ଜଳ ଆଣି କୁମାର ପୂର୍ଣ୍ଣିମା ଦିନ ମା’ ଭଟ୍ଟାରିକାଙ୍କ ପାଦ ଧୋଇ ଦିଆ ଯାଇଥାଏ।…..ଜୟ ମା’ ଭଟ୍ଟାରିକା।






