ଭୁବନେଶ୍ୱର,ଏ.କେ ବ୍ୟୁରୋ : : ମାଓବାଦୀ ଲୁଟ୍ କରିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ଯୋଜନା । ଲୁଟ୍ ଅସ୍ତ୍ରଶସ୍ତ୍ର ଓଡ଼ିଶା ଫେରାଇ ଆଣିବାକୁ SIWର ଚିଠି । ଆନ୍ଧ୍ର, ବିହାର, ଛତିଶଗଡ଼ ସମେତ ୭ ରାଜ୍ୟର ଡିଜିପିଙ୍କୁ ଚିଠି ଲେଖି ସତର୍କ କରିଛି ଏସ୍ ଆଇଡବ୍ଲୁ ।
ଓଡ଼ିଶାର ବିଭିନ୍ନ ସ୍ଥାନରୁ ୬୫୦ଟି ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିଲେ ମାଓବାଦୀ । ସେଥିରୁ ୪୨୦ଟି ଅସ୍ତ୍ରର ସନ୍ଧାନ ମିଳିଥିବା ବେଳେ ଏବେ ବି ଅନେକ ଅସ୍ତ୍ର ଠାବ ହୋଇନାହିଁ ।
ଲୁଟ ଅସ୍ତ୍ରଶସ୍ତ୍ର ଭିତରେ ରାଇଫଲ, ଏସ୍ ଏଲଆର, ଏକେ-୪୭ ଓ ୩ଟି ୯ ଏମ୍ ଏମ୍ ଷ୍ଟେନଗନ୍ ଥିବା ଜଣାପଡ଼ିଛି । ସୁରକ୍ଷା ଏଜେନ୍ସିଙ୍କ ଆଶଙ୍କା ଏହି ଅସ୍ତ୍ରଶସ୍ତ୍ର ଏବେ ବି ମାଓବାଦୀ ସଂଗଠନ ଓ ସେମାନଙ୍କ ସହଯୋଗୀଙ୍କ ହାତରେ ଥାଇପାରେ ।
ତେଣୁ ପଡ଼ୋଶୀ ରାଜ୍ୟ ସହ ସମନ୍ୱୟ ବଢ଼ାଇ ଯୁଗ୍ମ ଅପରେସନ୍ କୁ ଜୋରଦାର କରାଯାଉଛି । ତେଣୁ ପଡ଼ୋଶୀ ରାଜ୍ୟ ସହ ସମନ୍ୱୟ ବଢ଼ାଇ ଯୁଗ୍ମ ଅପରେସନ୍ କୁ ଜୋରଦାର କରାଯାଉଛି ।






