ଏ.କେ ବ୍ୟୁରୋ : ଚୈତନ୍ୟପୁର: ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମା ବନଦୁର୍ଗା ଟ୍ୟୁସନ ଓ ବାବା ଝାଡ଼େଶ୍ଵର କୋଚିଂ ସେଣ୍ଟରର ମିଳିତ ଆନୁକୂଲ୍ୟରେ ପବିତ୍ର ଗଣେଶ ଚତୁର୍ଥୀ ଉତ୍ସବ ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂଜାକୁ ବେଶ୍ ଧୂମଧାମରେ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଏକ ଆଧ୍ୟାତ୍ମିକ ସତ୍ସଙ୍ଗର ମଧ୍ୟ ଆୟୋଜନ କରାଯାଇଥିଲା, ଯାହା ପରିବେଶକୁ ବେଶ୍ ଭକ୍ତିମୟ କରି ଗଢ଼ିତୋଳିଥିଲା।

ଏହି ଦୁଇ ଅନୁଷ୍ଠାନର ପ୍ରାୟ ୧୫୦ ରୁ ୨୦୦ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଓ ଅଭିଭାବକମାନେ ଏଥିରେ ସାମିଲ ହୋଇଥିଲେ। ପୂଜାର ମୁଖ୍ୟ ଅତିଥି ଭାବେ ଗଜେନ୍ଦ୍ର ସାର୍ ଓ ମୁନା ସାର୍ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପ୍ରଭୁ ଶ୍ରୀଗଣେଶଙ୍କ ଚରଣରେ ପୁଷ୍ପାଞ୍ଜଳି ଅର୍ପଣ କରି ପୂଜା ସମାପନ କରିଥିଲେ। ପୂଜାର ପରଦିନ ବାବା ଝାଡ଼େଶ୍ୱର ମନ୍ଦିର ପରିସରରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କକୁ ନେଇ ଏକ ଭବ୍ୟ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସେଣ୍ଟରର ସମସ୍ତ ଗୁରୁଜୀ ଯଥା— ମୁନା ସାର୍, ଗଜେନ୍ଦ୍ର ସାର୍, ଆଶିଷ ସାର୍, ରାକେଶ ସାର୍, ଅରୁଣ ସାର୍, କାହ୍ନା ସାର୍ ଓ ଦୀପକ ସାର୍ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ସମାରୋହରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଟୁ, ସୋନାଲି, ମିଥି, ଆୟୁଷ, କାହ୍ନା, କାୟରା, ପ୍ରିୟାଂଶୁ, ବାଦଲ, ଚିକୁଙ୍କ ସମେତ ଅନ୍ୟ ସମସ୍ତ ପିଲାମାନେ ଉପସ୍ଥିତ ଥିଲେ। ପିଲାମାନଙ୍କ ମନୋରଞ୍ଜନ ଓ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରକାର ଖେଳକୁଦ ପ୍ରତିଯୋଗିତା ସହ ଅତି ସୁନ୍ଦର ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଆଗକୁ ବଢ଼ିବା ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ବାର୍ତ୍ତା ଦେଇଥିଲେ। ସେମାନେ କହିଥିଲେ ଯେ, କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଏବଂ ଶୃଙ୍ଖଳା ହିଁ ଜୀବନରେ ସଫଳତାର ଚାବିକାଠି। ପ୍ରତିଟି ପିଲା ଭିତରେ ଅସୀମ ପ୍ରତିଭା ଅଛି, କେବଳ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢ଼ି ଚାଲିଲେ ସେମାନେ ନିଜ ପରିବାର ଓ ଅଞ୍ଚଳର ନାମ ରୋଶନ କରିପାରିବେ। ପ୍ରସାଦ ସେବନ ଓ ଅନ୍ୟାନ୍ୟ ସୁବିଧା ସହିତ ସମସ୍ତ କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।






