ଏ.କେ ବ୍ୟୁରୋ : ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ “ମୁଁ କାହିଁକି ପ୍ରାର୍ଥୀ ହୋଇଛି” କାର୍ଯ୍ୟକ୍ରମ ଶେଷ, ଆସନ୍ତାକାଲି ମତଦାନ
ବୁଗୁଡ଼ା, ୧୪/୧୦ : ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ର ସଂସଦ ନିର୍ବାଚନ ଉପଲକ୍ଷେ ” ମୁଁ କାହିଁକି ପ୍ରାର୍ଥୀ ହୋଇଛି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏଥିରେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ହୋଇଥିବା ଛାତ୍ରଛାତ୍ରୀମାନେ ନିଜ ନିଜର ମତ ରଖିବା ସହ କେଉଁ ଉଦ୍ଦେଶ୍ୟ ନେଇ ସେମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି, ସେ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଭାପତି ପଦବୀ ପାଇଁ ରୁଦ୍ର ଡାକୁଆ ଉପସଭାପତି ପଦବୀ ପାଇଁ ସମୀର ରାଉତ ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ ସାଇଲି ନାଇକ ପ୍ରାର୍ଥୀ ହୋଇଛନ୍ତି ସେହିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସଭାପତି ପଦବୀ ପାଇଁ ଶମ୍ଭୁ ପ୍ରଧାନ, ଉପସଭାପତି ପଦବୀ ପାଇଁ ଶଙ୍କର ବିଷୋୟୀ ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ ସ୍ମିତା ରାଣୀ ଭୂୟାଁ ପ୍ରାର୍ଥୀ ହୋଇଛନ୍ତି।
ଏହି ଛଅ ଜଣ ପ୍ରାର୍ଥୀ ‘” ମୁଁ କାହିଁକି ପ୍ରାର୍ଥୀ ହୋଇଛି” କାର୍ଯ୍ୟକ୍ରମରେ ନିଜ ନିଜର ମତ ରଖିଛନ୍ତି। ଏଥିସହ ଅନ୍ୟ ୩ ଟି ପଦବୀ ପାଇଁ ଏବିଭିପି ର ୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନରେ ମତଦାନ ହେବ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କଲେଜ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଅନୁରୋଧ କରାଯାଇଛି। ନିର୍ବାଚନ ସମୟରେ ଶୃଙ୍ଖଳା ବଜାୟ ରଖିବା ସହ ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପନ୍ନ କରିବାରେ କୁହାଯାଇଛି। ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର






