ଏ.କେ ବ୍ୟୁରୋ : ଲଗାଣ ବର୍ଷା ରେ ବ୍ରହ୍ମପୁର ସହରର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଥିଲା । ଆଜି ବର୍ଷାର ପରିମାଣ କମିଥିବା ବେଳେ ଏବେବି କିଛି ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉ ଥିବା ବେଳେ ଆଜି ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରାସନ୍ ପ୍ରଦାନ କରାଯିବ । ନିଗମ ପରିସରରେ କର୍ମଚାରୀଙ୍କ ଦ୍ଵାରା ପ୍ୟାକିଂ କରାଯାଉଛି।

ପ୍ରାୟ ୫ଶହରୁ ଉର୍ଦ୍ଧ୍ବ ପ୍ୟାକେଟ ଲୋକଙ୍କୁ ବାଣ୍ଟିବା ଲାଗି ପ୍ରସ୍ତୁତ କରାଯାଇଛି ।ବର୍ଷା ଓ ଜଳବନ୍ଦୀ ଯୋଗୁଁ ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜଳବନ୍ଦୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ଏଥିସହିତ ପ୍ରଭାବିତ ପରିବାରଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଜି ଜଳବନ୍ଦୀ ଅଞ୍ଚଳର ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରାସନ୍ ସାମଗ୍ରୀ ବଣ୍ଟନ କରାଯିବ । ଏଥିପାଇଁ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ କର୍ମଚାରୀମାନେ ଖାଦ୍ୟ ସାମଗ୍ରୀ ପ୍ୟାକିଂ କରିବାରେ ନିୟୋଜିତ ଅଛନ୍ତି । ପ୍ରଭାବିତ ଲୋକଙ୍କ ନିକଟରେ ଯଥାଶୀଘ୍ର ରିଲିଫ୍ ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟରେ ଏହି ପ୍ରସ୍ତୁତି ଚାଲିଛି ।






