ଏ.କେ ବ୍ୟୁରୋ : ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ବର୍ତ୍ତମାନ ସମୟରେ ସବୁ ବୟସର ଲୋକ ମାନେ ମୋବାଇଲ ରେ ବ୍ୟସ୍ତ ରହୁଛନ୍ତି । ମୋବାଇଲ ରେ କିଏ କଣ ଦେଖୁଛି ତାହା ଜାଣିବା ସମ୍ଭବ ନୁହେଁ । କିନ୍ତୁ ମୋବାଇଲ ଧରିଥିବା ବ୍ୟକ୍ତି କଣ କରୁଛି ତାହା ସାଇବର୍ ଏକ୍ସପର୍ଟ ଟିମ୍ ପାଖରେ ସବୁ ଖବର ପହଞ୍ଚି ଯାଉଛି । ଏଭଳି ଭିଡିଓ ପ୍ରଘଟ କରୁଥିବା ସାଇଟ୍ କୁ ସରକାର ନିଷେଧ କରିଛନ୍ତି ।
ଏହା ସହ ଯେଉଁ ମାନେ ଏହି ସାଇଟ୍ ଭିଡିଓ ଦେଖୁଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାବଧାନ ରହିଛି । ଏଭଳି ଘଟଣା ଘଟିଛି ତିଗିରିଆ ଥାନା ଭୋଗଡା ପଞ୍ଚାୟତ ପାଇକ ସାହି ରେ । ସୂଚନା ଅନୁଯାୟୀ ପାଇକ ସାହି ର ସିବୁନ ବେହେରା,ବୟସ ୨୩ ଏଭଳି ଭିଡିଓ ଦେଖୁଥିବା ଖବର କ୍ରାଇମବ୍ରାଞ୍ଚ୍ ପକ୍ଷରୁ ତିଗିରିଆ ପୋଲିସ କୁ ଅବଗତ କରାଯାଇଥିଲା । ତିଗିରିଆ ଆଇଆଇସି ରମାକାନ୍ତ ନାୟକ ଘଟଣା ସମ୍ପର୍କ ରେ ସୂଚନା ପାଇବା ପରେ ଏ ଏସ ଆଇ ମନୋଜ ବେହେରା ଙ୍କ ସହଯୋଗରେ ଘଟଣା ର ତଦନ୍ତ କରି ଅଭିଯୁକ୍ତ ଶିବୁନ କୁ ସକାଳ ପ୍ରାୟ ୧୦ ସମୟରେ ନିଜ ଘରୁ ଗିରଫ କରିଛି । ଅଭିଯୁକ୍ତ ର ମୋବାଇଲ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ନାୟକ କହିଛନ୍ତି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ ଙ୍କ ରିପୋର୍ଟ ଆପଣଙ୍କ ଖବର






