ଏ.କେ ବ୍ୟୁରୋ : ଆଠଗଡ଼ ଫୋରମ ଅଫ ଏକାଡେମିକ୍ସ ପକ୍ଷରୁ ୨୦୧୬ ମସିହାଠାରୁ ଶିକ୍ଷା କ୍ଷେତ୍ରରେ ଏକ ଅଭିନବ ପ୍ରୟାସ ଜାରି ରହିଛି । ଚଳିତ ବର୍ଷ ପବିତ୍ରକ୍ରାନ୍ତୀ ଦିବସ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଶିକ୍ଷା ଜ୍ୟାତି ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ହାଇସ୍କୁଲର ୧୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ନିଟ ପରୀକ୍ଷାରେ ଆଠଗଡ ତିଗିରିଆ ଅଞ୍ଚଳର ୮ ଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଗତ ମାଟ୍ରିକ ପରୀକ୍ଷାରେ ୧୦୦ ପ୍ରତିଶତ ରେଜଲ୍ଟ କରିଥିବା ସ୍କୁଲ ଓ ଗତ କାଲି ଅନୁଷ୍ଠିତ ବିଭିନ୍ନ ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା। ଏତଦବ୍ୟତୀତ ମାଟ୍ରିକ, +୨ ଓ +୩ ପରୀକ୍ଷାରେ ଅଧିକ ନମ୍ବର ସହ ଉତୀର୍ଣ୍ଣ ପ୍ରାୟ ୬୦ ରୁ ଉର୍ଦ୍ଧ୍ଵ ଛାତ୍ର,ଛାତ୍ରୀଙ୍କୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲାପଟପ୍ ପ୍ରଦାନ କରାଯାଇଥିଲା । ପୂର୍ବାହ୍ନରେ ଆୟୋଜିତ ଉତ୍ସବରେ ବାଣୀ ବିହାର ଓଡିଆ ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡଃ ସନ୍ତୋଷ ତ୍ରିପାଠୀ ମୁଖ୍ୟ ଅତିଥି , ଭାରତ ଉଚ୍ଚତମ ନ୍ୟାୟାଳୟ ଅଧିବକ୍ତା ଆଦିତ୍ଯ ପ୍ରତାପ ସ୍ୱାଇଁ- ମୁଖ୍ୟ ବକ୍ତା, ଭାରତ ଶିକ୍ଷା ବଞ୍ଚାଅ ସମିତି ଓଡ଼ିଶା ଶାଖା ସାଧାରଣ ସମ୍ପାଦକ ସୁବାସ ନାୟକ, ଆଠଗଡ଼, ତିଗିରିଆ ଓ ଟାଙ୍ଗି -ଚୌଦ୍ଵାର ବ୍ଲକ ଶିକ୍ଷାଧିକାରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବର୍ତମାନର ଶିକ୍ଷା ବ୍ୟବସ୍ଥା କିପରି ନିମ୍ନତର ହୋଇଛିି ଓ ଏଇ ପରିପ୍ରେକ୍ଷୀରେ ଫୋରମ୍ ଅଫ ଏକାଡେମିକ୍ସର ଏତାଦୃଶ କାର୍ଯ୍ଯର ଭୂୟସୀ ପ୍ରଶଂସା କରିଥିଲେ । ସଭାପତି ଡଃ ଦାମୋଦର ପଟ୍ଟନାୟକ, ସଂପାଦକ ଖୁଣ୍ଟୁଣୀ ରାଧାନାଥ ରଥ ବରିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶଶୀ ଭୂଷଣ ମିଶ୍ର, ସଂଯୋଜକ ଲଳିତ ମୋହନ ନାୟକ, ଏନଏସି ଅଧ୍ୟକ୍ଷ ସସ୍ମିତା ରାଉତ, ଉପାଧ୍ୟକ୍ଷ ବି ଶୁଭ୍ର ଶଙ୍କର ଜ୍ଯୋତି, ଶିଶିର ପ୍ରସାଦ ମାନସିଂହ, ରଞ୍ଜନ ଆଚାର୍ଯ୍ଯତଥା ବହୁ ସଂଖ୍ୟକ ଉତ୍ସାହୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।






