ଏ.କେ ବ୍ୟୁରୋ : ବୌଦ୍ଧର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଆକାଶରୁ ଆଉ ଏକ ନକ୍ଷତ୍ରର ଅସ୍ତ। ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ସୁରମଣୀ ପଣ୍ଡାଙ୍କ ୯୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।

୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ନିଜକୁ ତିନି ଠାକୁରଙ୍କ ସେବା-ପୂଜାରେ ସମ୍ପୂର୍ଣ୍ଣ ସମର୍ପିତ କରି ଦେଇଥିବା ସୁରମଣୀ ପଣ୍ଡାଙ୍କ ବିୟୋଗରେ ସମଗ୍ର ବୌଦ୍ଧ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ସମୟରେ ଏକମାତ୍ର ଝିଅ, ଜୋଇଁ, ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ଆଜି ବୌଦ୍ଧ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।
ବୌଦ୍ଧ ଜିଲ୍ଲାରୁ କୃତ୍ତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






