ଏ.କେ ବ୍ୟୁରୋ : ଓଡିଶା ସରକାରଙ୍କ ଷ୍ଟାଟ ଅଫ ଓଡିଶା ସହଯୋଗରେ ବୌଦ୍ଧ ଜିଲ୍ଲା ଶିଳ୍ପ କେନ୍ଦ୍ର ଆୟୋଜନକ୍ରମେ ବୌଦ୍ଧ ଟାଉନହଲ ଠାରେ ଓଡିଶା ସେବା ପ୍ରଥମ ନବ ସ୍ୱଉଜ ଆହ୍ୱାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶିକ୍ଷିତ ଯୁବଗୋଷ୍ଟି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ଅଗ୍ରଣୀ କୃଷକ, ଯୁବ ଉଦ୍ୟାଗୀ, ସ୍ଵେଛାସେବୀ ସଂଗଠନ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରିବା କଥା କିନ୍ତୁ ଧର୍ମକୁ ଆଖିଠାର ଓ ବୌଦ୍ଧ ବାସୀଙ୍କୁ ବୁଦୁ ବନେଇ ତରବରିଆ ଭାବେ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ବୌଦ୍ଧ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ପୂର୍ବଦିନ ସନ୍ଧ୍ୟାରେ ଚିଠି କରିବାରୁ ପ୍ରାୟତଃ ଚାଷୀ ହୋଇଥିବାରୁ ଯୋଗଦେଇ ପାରିନଥିଲେ l

କାର୍ଯ୍ୟକ୍ରମ ଦେଖାଇ ମିଥ୍ୟା ବିଲ କରି ଆତ୍ମସାଥ କରିବା ପାଇଁ ଟାଉନହଲ ପାଖ ଭିକାରୀ ମଣ୍ଡପରେ କଳାକାର ଚୟନ କାର୍ଯ୍ୟକ୍ରମରେ ଯୋଗଦେଇଥିବା କଳାକାର ମାନଙ୍କୁ ଡାକି ଆଣି କାମ ଚଳେଇ ଦେଲେ l ବୌଦ୍ଧ ଜିଲ୍ଲାରେ ଡବଲ ଇଂଜିନ ସରକାର ଗୋଟିଏ ପୂର୍ବକୁ ଟାଣୁଥିବାବେଳେ ଅନ୍ୟଟି ପଶ୍ଚିମକୁ ଟାଣୁଛି l ବୌଦ୍ଧ ଜିଲ୍ଲାର ସର୍ବସାଧାରଣ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ବିକାଶ ବଗିରେ ବସି ଗନ୍ତବ୍ୟ ସ୍ଥଳରେ ପଂହଁଚି ନ ପାରିବାରୁ କେବଳ ଭଗବାନ ଭରସାରେ ଅଛନ୍ତି l ଜିଲ୍ଲା ପ୍ରଶାସନ,ଜିଲ୍ଲା ଶିଳ୍ପ କେନ୍ଦ୍ର ଓ କୃଷକ ମାନଙ୍କ ଉନ୍ନତି ଦାୟିତ୍ୱରେ ଥିବା ଉଦ୍ୟାନ ବିଭାଗ ଓ କୃଷି ବିଭାଗର ଏମିତି ଅବହେଳା ଓ ଖାମ ଖିଆଳି ମନଭାବ ଯୋଗୁଁ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ଫେଡେରେସନର ସଭାପତି ରାଜକିଶୋର ଅଗ୍ରୱାଲ କ୍ଷୋଭ ପ୍ରକାଶ ସହିତ ଏପରି ଭୁଲ ଆସନ୍ତା ନିନରେ କରାଗଲେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ ନ କରି ଆନ୍ଦୋଳନ ପନ୍ଥା ଗ୍ରହଣ ସହିତ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି l






