ଲାଇଭ୍ କନ୍ସର୍ଟରେ ସିଙ୍ଗର୍ କନିକା କପୁରଙ୍କ ସହ ଅସଦାଚରଣ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।୬ ତାରିଖ ରାତିରେ ମେଘାଳୟ ମି’ଗଙ୍ଗ ଫେଷ୍ଟିଭାଲ୍ ୨୦୨୫ରେ ଗାୟିକା କନିକା କପୁରଙ୍କ କନ୍ସର୍ଟ ଚାଲିଥିଲା।ଜଣେ ଫ୍ୟାନ ସିକ୍ୟୁରିଟି ଭାଙ୍ଗି ମଞ୍ଚ ଉପରକୁ ଚଢ଼ି କନିକାକୁ ଉଠାଇବାକୁ ଚେଷ୍ଟା କରିଥିଲେ । ଯାହାପରେ ସିକ୍ୟୁରିଟି ତୁରନ୍ତ ମଞ୍ଚ ଉପରକୁ ଆସି ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲେ । ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏଭଳି ଘଟଣା ପୁଣିଥରେ ସେଲିବ୍ରିଟିମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।କିନ୍ତୁ ଏଭଳି ଘଟଣା ସତ୍ତ୍ବେ କନିକା କପୁର ଗୀତ ଗାଇବା ବନ୍ଦ କରିନଥିଲେ ଏବଂ ଧର୍ଯ୍ୟର ସହ ଗୀତ ଗାଉଥିବାର ନଜର ଆସିଥିଲେ ।ଏହି ବ୍ୟକ୍ତିଙ୍କ ଏଭଳି ଲଜ୍ଜାଜନକ କାର୍ଯ୍ୟରେ ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ କନିକା ବିନା ଅଟକି ଗୀତ ଗାଇଥିଲେ । ଏହି ଭିଡିଓକୁ ଦେଖି ତାଙ୍କ ପ୍ରଫେସନାଲ ଷ୍ଟାଇଲକୁ ଭରପୂର ପ୍ରଶଂସା କରାଯାଉଛି । ତେବେ ଅନେକ ଲୋକ କନିକାଙ୍କ ପ୍ରଶଂସା କରିବା ସହ ଉକ୍ତ ବ୍ୟକ୍ତିକୁ ଦଣ୍ଡ ଦେବା ପାଇଁ କହୁଥିବା ସମୟରେ କିଛି ଲୋକେ ଏହାକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି ।
ସିଙ୍ଗର୍ କନିକା କପୁରଙ୍କ ସହ ଲାଇଭ୍ କନ୍ସର୍ଟରେ ଅସଦାଚରଣ କଲେ ଯୁବକ






