ବୌଦ୍ଧ: 27.07.26 ବୌଦ୍ଧ ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶଗଡା ସ୍ଥିତ ସିଦ୍ଧେଶ୍ୱର ବାବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠାନର ୧୭ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ଭଟ୍ଟାଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ସଭାରେ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ମହାକୁଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର ସମ୍ପାଦକ ଶ୍ରୀଯୁକ୍ତ ସୁରଥ କୁମାର ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଶିକ୍ଷାନୁଷ୍ଠାନର ପ୍ରଗତି ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ନିଜର ବହୁମୂଲ୍ୟ ଅଭିଭାଷଣ ରଖିଥିଲେ।

ଏହି ସାରସ୍ୱତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶିକ୍ଷାନୁଷ୍ଠାନର ଏହି ଅଗ୍ରଗତି ଆଗାମୀ ଦିନରେ ଅଞ୍ଚଳର ଶିକ୍ଷା ବିକାଶରେ ଆହୁରି ସହାୟକ ହେବ ବୋଲି ଆଶା କରାଯାଉଛି l
ବୌଦ୍ଧରୁ କୃତ୍ତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






