ଏ.କେ ବ୍ୟୁରୋ : ବଲିଉଡର ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି କ୍ୟାଟ୍ରିନା କୈଫ । ବିକ୍କିଙ୍କ ୪୩ ତମ ଜନ୍ମଦିନରେ ଖାସ୍ ସେଲିବ୍ରେସନ କରି ଦର୍ଶକଙ୍କ ମନ ଜିଣିଛନ୍ତି କ୍ୟାଟ୍ । ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ଏହି ପୋଷ୍ଟ ବହୁତ ଖାସ୍ ରହିଛି । କ୍ୟାଟ୍ରିନା ପୁଅ ବିହାନ ଏବଂ ସ୍ବାମୀ ବିକ୍କି କୌଶଲଙ୍କ ସହିତ କ୍ବାଲିଟି ସମୟ ଅତିବାହିତ କରୁଥିବାର ନଜର ଆସିଛନ୍ତି । ଏହି ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି ।
କ୍ୟାଟ୍ରିନା ସୋସିଆଲ ମିଡିଆରେ ୫ଟି ଫଟୋ ସେୟାର କରିଛନ୍ତି । ଏଥିରେ ଦୁଇଟି ଫଟୋରେ କ୍ୟାଟ୍ରିନା ନିଜ ପୁଅ ସହିତ ନଜର ଆସିଛନ୍ତି । କ୍ୟାଟ୍ରିନା ପୁଅ ବିହାନଙ୍କ ମୁହଁ ଦେଖାଇ ନାହାନ୍ତି ।
ବିକ୍କି କୌଶଲ କ୍ୟାଟ୍ରିନାଙ୍କ ଜନ୍ମଦିନ ୧୬ ଜୁଲାଇରେ ପାଳନ କରିଥିବା ବେଳେ ଏହାର ଦୁଇଦିନ ପରେ ସେଲିବ୍ରେସନ ଫଟୋ ଦେଖିବାକୁ ମିଳିଛି । କ୍ୟାଟ୍ରିନାଙ୍କ ୪୩ ଜନ୍ମଦିନର ଫଟୋ ସେୟାର କରି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି । ଏହି ଫଟୋରେ କ୍ୟାଟ୍ ଙ୍କ ସହିତ ବିକ୍କି କୌଶଲଙ୍କ ସହିତ ନଜର ଆସିଛନ୍ତି । ଏହା ସେୟାର କରି କ୍ୟାଟ୍ ଲେଖିଛନ୍ତି, ତୁମେ ମୋ ପାଇଁ ସବୁଠାରୁ ମୂଲ୍ୟବାନ ଆଶୀର୍ବାଦ, ମୁଁ ଏଥିପାଇଁ ସବୁବେଳେ କୃତଜ୍ଞ । ସବୁଠାରୁ ଭଲ ଜନ୍ମଦିନ ।
୨୦୨୧ ମସିହାରେ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ । ୨୦୨୫ରେ ପ୍ରଥମ ଥର ପାଇଁ ସେମାନେ ବାପା ମା ହୋଇଥିଲେ । କ୍ୟାଟ୍ରିନା ଏବେ ନିଜ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହିଛନ୍ତି । ଶେଷ ଥର ପାଇଁ ଶ୍ରୀରାମ ରାଘବନଙ୍କ ଫିଲ୍ମ “ମେରି ଖ୍ରୀଷ୍ଟମାସ”ରେ ନଜର ଆସିଥିଲେ ।






