ଏ.କେ ବ୍ୟୁରୋ : ୩ ଦିନ ପରେ ବି ମିଳୁନି ବ୍ରାହ୍ମଣୀରେ ନିଖୋଜ ଯୁବକଙ୍କ ପତ୍ତା
ବ୍ରାହ୍ମଣୀ ନଦୀରେ ତିନିଦିନ ପୂର୍ବରୁ ତାଳଚେର ବ୍ଲକ୍ କଙ୍କିଳି ପଞ୍ଚାୟତ କାକୁଡ଼ି ଗ୍ରାମର ପଛପାର୍ଶ୍ଵରେ ରହିଥିବା ନଦୀକୁ ୨ଜଣ ଯୁବକ ଗାଧୋଇ ଯାଇଥିଲେ | ସେମାନଙ୍କ ମଧ୍ୟରୁ ଜଣଙ୍କୁ ସିକ୍ୟୁରିଟି ଗାର୍ଡ ଓ ଲୋକଙ୍କ ସହାଯ୍ୟ ରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା
ଅନ୍ୟ ଜଣଙ୍କୁ ନପାଇବା ରୁ ତାଳଚେର ପୁଲିସ ଅଗ୍ନିଶମ ବାହିନୀ ସହ ଓଡ୍ରାଫ୍ ଟିମ ମ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନିରାଶ ହୋଇଥିଲେ I ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଉଳିଗଡ଼ ଗ୍ରାମ ରୁ ଓଁମ୍ ଗଡ଼ନାୟକ, ତିନିଦିନ ବିତିଯାଇଥିଲେ ହେଁ ଏଯାଏଁ ନିଖୋଜ ଯୁବକର ପତ୍ତା ମିଳିପାରି ନାହିଁ | ଏ ସମ୍ପର୍କରେ ଅଗ୍ନିଶମ ବାହିନୀର ) ଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି ଯେ ନଦୀର ସ୍ରୋତ ଅଧିକ ରହୁଥିବାରୁ ତାଙ୍କୁ ଖୋଜିବା ସମ୍ଭବପର ହୋଇପାରୁ ନାହିଁ | ଏହାକୁ ନେଇ ନିଖୋଜ ଥିବା ଯୁବକଙ୍କ ପରିବାରବର୍ଗ ଓ ଗ୍ରାମ ଗ୍ରାମବାସୀ ଆଶା ଆଶଙ୍କାରେ ରହିଥିବାବେଳେ ନିଖୋଜଙ୍କ ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି! ଅନୁଗୋଳ ରୁ ଶ୍ୟାମ ଘନ ନାଏକ ଙ୍କ ରିପୋର୍ଟ ଆପଣଙ୍କ ଖବର






