ଏ.କେ ବ୍ୟୁରୋ : ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି, ଯାହା ଗତ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ବଡ଼ ଦରବୃଦ୍ଧି ଅଟେ । ସୋମବାର ତୈଳ କମ୍ପାନୀଗୁଡ଼ିକ ଖୁଚୁରା ମୂଲ୍ୟରେ ସଂଶୋଧନ କରିବା ପରେ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ୮୭ ପଇସା ମହଙ୍ଗା ହୋଇ ଲିଟର ପିଛା ୯୮.୬୪ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ମଧ୍ୟ ୯୧ ପଇସା ବୃଦ୍ଧି ପାଇ ଲିଟର ପିଛା ୯୧.୫୮ ଟଙ୍କା ହୋଇଯାଇଛି । ଗତ ଶୁକ୍ରବାର ଦେଶବ୍ୟାପୀ ଲିଟର ପିଛା ୩ ଟଙ୍କା ବୃଦ୍ଧି ପରେ ପୁଣି ଦରବୃଦ୍ଧି ସାଧାରଣ ଖାଉଟିଙ୍କ ପରିବହନ ଓ ଘରୋଇ ବଜେଟ୍ ଉପରେ ବୋଝ ଆହୁରି ବଢ଼ାଇ ଦେଇଛି ।

ଦେଶର ଚାରୋଟି ମହାନଗର ମଧ୍ୟରେ କୋଲକାତାରେ ପେଟ୍ରୋଲ ସବୁଠାରୁ ମହଙ୍ଗା (୯୬ ପଇସା ବୃଦ୍ଧି ସହ ୧୦୯ଟଙ୍କା ୭୦ ପଇସା) ହୋଇଥିବା ବେଳେ ଚେନ୍ନାଇରେ ଏହା ୧୦୪.୪୯ ଟଙ୍କାରେ ପହଞ୍ଚିଛି ।ସୂଚନାଯୋଗ୍ୟ ଏକ ସପ୍ତାହ ମଧ୍ୟରେ ଏହା ପେଟ୍ରୋଲ ଏବଂ ଡିଜେଲ ଉପରେ ଦ୍ବିତୀୟ ଥର ବୃଦ୍ଧି ଘଟିଛି । ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର ୩ଟଙ୍କା ବଢ଼ିଥିଲା। ଗତ ଫେବ୍ରୁଆରି ୨୮ ତାରିଖ ଠାରୁ ଯୁଦ୍ଧ ପରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସଙ୍କଟ ପୂରା ବିଶ୍ବରେ ଦେଖାଯାଇଛି ।






