ଏ.କେ ବ୍ୟୁରୋ : ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଲେ ଦେବାଶିଷ , ମନମୋହନ ସାମଲ , ବିଜୟ ପାଲ ସିଂ ଏବଂ ତୋମାର ଉପସ୍ଥିତ । ବିଜେଡି ସହ ଦୀର୍ଘ ବର୍ଷର ସମ୍ପର୍କକୁ ଛିନ୍ନ କରି ଗତକାଲି ଇସ୍ତଫା ଦେଇଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।
ଦିନେ ନବୀନଙ୍କ ଏକାନ୍ତ ଅନୁଗତ ଏବଂ ଅତ୍ୟନ୍ତ ଘନିଷ୍ଠ ଥିଲେ । କିନ୍ତୁ ବିଜେଡିର ନୀତି, ଆଦର୍ଶ, ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଉଥିଲେ। ଶେଷରେ ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜବରଦସ୍ତ ଝଟ୍କା ଦେବା ସହିତ ପାଣ୍ଡିଆନଙ୍କ ବିରୋଧରେ ଗର୍ଜିଥିଲେ । ଦଳ ଛାଡିବା ପରେ ବିଜେଡି ପକ୍ଷରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି ।






