କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସକୁ ମିଳିଛି ଏକ ବଡ଼ ସଫଳତା l କଣ୍ଟାମାଳ ଥାନା ଅଞ୍ଚଳରୁ ଏକ ପାଣି ଟେଙ୍କର ଯୋଗେ ଅଭିନବ ଉପାୟରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା l ପୋଲିସ ତୁରନ୍ତ ଟିକିରାପଡା ଛକରେ ଚଢ଼ାଉ କରି ଉକ୍ତ ଟେଙ୍କରକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି l

ଏହି ଘଟଣାରେ ଡ୍ରାଇଭରକୁ ଅଟକ ରଖାଯାଇଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଉଛି l ଓଜନ ପରେ ହିଁ ଗଞ୍ଜେଇର ପ୍ରକୃତ ପରିମାଣ ଜଣାପଡ଼ିବ l
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






