ବାଣପୁର:ବାଣପୁର ଥାନା ଅଞ୍ଚଳର ଜଣେ ନା ବାଳିକାକୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଜନୈକ ଯୁବକ ଅପହରଣ କରି ନେଇଯାଇଥିବା ଖବର ପାଇ ନାବାଳିକାଙ୍କ ବାପା ଥାନାରେ ଗତ ୨୦ତାରିଖରେ ଅଭିଯୋଗ କରିଥିଲେ l ପୋଲିସ କେଶ ନମ୍ବର ୨୪୪ରେ ମୋକଦମା ରୁଜୁ କରି ଅଭିଯୁକ୍ତକୁ ଖୋଜୁଥିଲା l
ମୋବାଇଲ ନମ୍ବରକୁ ଆଧାର କରି ପୋଲିସ କୃଷ୍ଣପ୍ରସାଦ ଅଂଚଳରୁ ସୁଦର୍ଶନ ପ୍ରଧାନଙ୍କ ପୁଅ ଚନ୍ଦନ ପ୍ରଧାନ(22)ଙ୍କୁ ଗିରଫ କରି ଆଣିଥିଲା l ଆଜି ଅଭିଯୁକ୍ତ ଚନ୍ଦନକୁ ଭୁବନେଶ୍ୱର କୋର୍ଟରେ ହାଜର କରିଥିବା ବେଳେ ଜାମିନ ନା ମଂଜୁର ହେବାରୁ ଝାରପଡା କାରାଗାରକୁ ସ୍ଥାନାନ୍ତର କରାଯାଇଛି l ନାବାଳିକାକୁ ପୋଲିସ ପରିବାରକୁ ହସ୍ତାନ୍ତର କରିଥିବା ଆଇଆଇସି ସୂଚନା ଦେଇଛନ୍ତି l
ରିପୋର୍ଟ. ବାଣପୁର ରୁ ସଂଗ୍ରାମ ରଣା






