ଏ.କେ ବ୍ୟୁରୋ : ବୌଦ୍ଧ ସଦର ବ୍ଲକ ବଘିଆପଡା ପଂଚାୟତ ଏନ. ଏଚ. ଆର.ଡି. ଏଫ. ସଭାଗୃହ ଠାରେ ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା ନିର୍ଦ୍ଦେଶକ ଶୁକଦେବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଡି.ଡି.ଏମ. ନାବାର୍ଡ଼ ଡ.ସତ୍ୟସ୍ୱରୂପ ବିଦାନ୍ତ ଯୋଗଦେଇ କମ୍ପାନୀର ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ସମ୍ପୂର୍ଣ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ l
ସ୍ୱତନ୍ତ୍ର ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ତପନ କୁମାର ଦାସ,ସଂମ୍ମାନିତ ଅତିଥି ଭାବେ ଯୁଗ୍ମ ନିର୍ଦ୍ଦେଶକ ଏନ. ଏଚ. ଆର.ଡି.ଏଫ.ଡ. ସତ୍ୱେନ୍ଦ୍ର ସିଂ ଓ ଯାନ୍ତ୍ରିକ ଅଧିକାରୀ ରଂଜିତ କୁମାର ଦାସ,ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ହର,ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଡନ ବାସ୍କୋ,ବଘିଆପଡା ପ୍ରାଣୀ ଚିକିତ୍ସକ ଡ଼ା ବିନୟ କୁମାର ମହାନ୍ତି, ସାମାଜିକକର୍ମୀ କେଦାରନାଥ ସାହୁ, ବିଦ୍ୟାଧର ସ୍ୱାଇଁ ଓ ବିଶିକେଶନ ପ୍ରଧାନ ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କୁ ଚାଷ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ l ଏଥିରେ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃତ୍ତିବାସ ପଲିଆ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ କମ୍ପାନୀର ବିବରଣୀ ପଠନ କରିଥିବାବେଳେ ପିସଫୁଲ ସୋସାଇଟି ସମ୍ପାଦିକା ମଞ୍ଜୁଲତା ଦାସ ସଭାକୁ ପରିଚାଳନା କରିଥିଲେ l ଅଦ୍ୟ ସଭାରେ ବାର୍ଷିକ ଆୟ ଓ ବେୟ ହିସାବ, ବଜେଟ ଅନୁମୋଦନ, ନୂତନ ସଭ୍ୟ ସଂଗ୍ରହ, ନୂତନ ନିର୍ଦ୍ଧେଶକ ଚୟନ, ବଘିଆପଡ଼ାରେ ଆମ ଗାଁ ଦୋକାନ ସ୍ଥାପନ କରିବା ପାଇଁ ବ୍ୟାଙ୍କରୁ ଋଣ କରିବା,ଛେଳି ଓ ଗାଈ ଫାର୍ମ, ଜୈବିକ ସାର ପ୍ରସ୍ତୁତି ଓ ବିକ୍ରି, ସାର, ଔଷଧ, ବିହନ, କୃଷି ଯନ୍ତ୍ରପାତି ବିକ୍ରି ସହିତ କୃଷକ ମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା l ନୂତନ ନିର୍ଦ୍ଧେଶକ ଭାବରେ ବିଦ୍ୟାଧର ସ୍ୱାଇଁ, କେଦାରନାଥ ସାହୁ, ପ୍ରଭୁଦତ୍ତ ପ୍ରଧାନ, ବନମାଳି ଗାଈଗୋୖରିଆ, ବିଦ୍ୟାଧର ପ୍ରଧାନ,ଲିଜା ନାଏକ ଓ ଶାରଦା ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା l ଶେଷରେ ଅଜିତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଇନ୍ଦ୍ର ଶେଖର ଜାନୀ, ହିମାଦ୍ରୀ ପ୍ରଧାନ, ଦଶରଥ ସାହୁ, ବିଦ୍ୟାଧର ପ୍ରଧାନ, ସନାତନ କହଁର, ଡ ମୟୂରୀ ସିଂ ସର୍ଦାର ପ୍ରମୁଖ ସହଯୋଗ କରିଥିଲେ l
ବୌଦ୍ଧରୁ କୃତ୍ତିବାସ ପଲିଆଙ୍କ ରିପୋର୍ଟ ଆପଣଙ୍କ ଖବର






