ବାଲୁଗାଁ,:- କିଛି ଦିନ ପରେ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।ପ୍ରତ୍ୟେକ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତି ରଥରେ ବିଜେ କରି ସ୍ଥଳ ପଥରେ ଯାତ୍ରା କରୁଥିବାବେଳେ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ଏହା ସମ୍ପୂର୍ଣ୍ଣ ଭିନ୍ନ।

ଏଠାରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ନୌକାକୁ ରଥ ଭାବେ ସୁସଜ୍ଜିତ କରି ଚିଲିକା ଅକାତ ଜଳରାଶିରେ ନୌବିହାର ମାଧ୍ୟମରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।ଯାହାକି ଚିଲିକା ନୀଳ ଜଳରାଶିରେ ଯାତ୍ରା କରି ମହାପ୍ରଭୁ ନିଜର ଲୀଳାକୁ ଆହୁରି ଗାରିମାପୁର୍ଣ କରିଥାଅନ୍ତି।
ଏନେଇ କିପରି ସେହିଦିନ ଆସୁଥିବା ସମସ୍ତଙ୍କୁ ଭକ୍ତଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ଦର୍ଶନ ନିମିତ୍ତ ସମସ୍ତ ପ୍ରୟାସ ଜାରି ରଖିବା ମୂଳ ଲକ୍ଷ୍ୟ ରହିଥିବା ବେଳେ ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଏସପି ପରମାର ସ୍ମିତ ପରଷୋତ୍ତମ ଦାସ,ନାଚୁଣୀ ଥାନା ଭାରପ୍ରାପ୍ତ ଅଧିକାରୀ ବିଭୁତି ଭୂଷଣ ମହାପାତ୍ର ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ପରିଭ୍ରମଣ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ସଭାପତି ସୁଶାନ୍ତ କୁମାର ସାହୁ,କମିଟି ସଦସ୍ୟଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।






