ଏ.କେ ବ୍ୟୁରୋ : ଖାକି ରେ ଦାଗ, ବନ୍ଧା ହେଲା ପୋଲିସ । OASI ଗୌରାଙ୍ଗ ବେହେରା ଗିରଫ । ମହଙ୍ଗା ପଡ଼ିଲା ମହିଳାଙ୍କ ଅନିଚ୍ଛା ସ୍ୱତେ ଶାରୀରିକ ସମ୍ପର୍କ ରଖିବା । ମହିଳାଙ୍କ ଅଭିଯୋଗରେ ଗୌରାଙ୍ଗ ବେହେରା ଗିରଫ । ଗିରଫ ପୋଲିସ କର୍ମଚାରୀ ଜଣକ ହେଲେ ଛତ୍ରପୁର ରିଜର୍ଭ ପୋଲିସରେ କାର୍ଯ୍ୟରତ OASI ଗୌରାଙ୍ଗ ବେହେରା । ଛତ୍ରପୁର ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଛତ୍ରପୁର ରିଜର୍ଭର ପ୍ରଶିକ୍ଷଣ ରେ ଥିବା OASI ଗୌରାଙ୍ଗ ବେହେରାଙ୍କୁ ଜନୈକ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଗିରଫ କରିଛି । ମହିଳାଙ୍କ ଅନିଚ୍ଛା ସତ୍ତ୍ୱେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି 
ସୂଚନା ଅନୁସାରେ, ଗୌରାଙ୍ଗ ବେହେରା ଛତ୍ରପୁର ରିଜର୍ଭ ପୋଲିସରେ ପ୍ରଶିକ୍ଷଣରେ ଥିଲେ । ଏହି ସମୟରେ ଜଣେ ମହିଳା ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ସହ ପରେ ପ୍ରତାରଣା କରାଯାଇଥିଲା । ତେବେ ମାମଲାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୋଗର ସତ୍ୟତା ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ । ଆଇନ ଅନୁଯାୟୀ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି ।






