ଏ.କେ ବ୍ୟୁରୋ : ଏୟାରଟେଲ କମ୍ପାନୀ ତାର ୟୁଜର୍ସଙ୍କ ପାଇଁ ଏକ ନୂତନ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ରିପେଡ୍ ପ୍ଲାନ୍ ୟୁଜର୍ସଙ୍କୁ କମ୍ ମୂଲ୍ୟରେ ଅନଲିମିଟେଡ୍ କଲିଂ ସହିତ ଅନଲିମିଟେଡ୍ ଡାଟାର ଲାଭ ପ୍ରଦାନ କରୁଛି । ଏହି ଏୟାରଟେଲ୍ ପ୍ରିପେଡ୍ ପ୍ଲାନ୍ ବିନା କୌଣସି ଦୈନିକ ଡାଟା ଲିମିଟ୍ ସହିତ ଆସିଥାଏ । ଦେଶର ଦ୍ୱିତୀୟ ବଡ଼ ଟେଲିକମ୍ କମ୍ପାନୀ କିଛି ନିର୍ଦ୍ଦିଷ୍ଟ ଟେଲିକମ୍ ସର୍କଲର ୟୁଜର୍ସଙ୍କ ପାଇଁ ଏହି ପ୍ଲାନ୍ ପ୍ରଚଳନ କରିଛି ।
ଏହି ନୂତନ ଏୟାରଟେଲ୍ ପ୍ରିପେଡ୍ ପ୍ଲାନ୍ ଓଡ଼ିଶା ଟେଲିକମ୍ ସର୍କଲ୍ ପାଇଁ ଲଞ୍ଚ କରାଯାଇଛି। ଏହି ପ୍ଲାନର ମୂଲ୍ୟ ୩୯୯ ଟଙ୍କା ରହିଛି । ଯଦି ଏହି ପ୍ଲାନର ବେନିଫିଟ୍ସ କଥା କୁହାଯାଏ ତେବେ ୟୁଜର୍ସଙ୍କୁ ସାରା ଭାରତରେ ଅନଲିମିଟେଡ୍ ଭଏସ୍ କଲିଂ ଏବଂ ଫ୍ରି ନ୍ୟାସନାଲ ରୋମିଂ ଭଳି ଲାଭ ମିଳିବ । ଏହି ପ୍ରିପେଡ୍ ପ୍ଲାନରେ ଅନଲିମିଟେଡ ଡାଟା ସୁବିଧା ମଧ୍ୟ ଉପଲବ୍ଧ ।
ୟୁଜର୍ସଙ୍କର ନେଟୱାର୍କ 4G କିମ୍ବା 5G ହେଉ ନା କାହିଁକି, ସେମାନଙ୍କୁ କୌଣସି ଦୈନିକ ଡାଟା ଲିମିଟ୍ ରହିବ ନାହିଁ । ସେମାନେ କୌଣସି ଲିମିଟ୍ ବିନା ଯେକୌଣସି ନେଟୱାର୍କରେ ଡାଟା ବ୍ୟବହାର କରିପାରିବେ । ତଥାପି, କମ୍ପାନୀ ଏହି ପ୍ଲାନ୍ ସହିତ ଫେୟାର ୟୁଜେସ୍ ପଲିସି (FUP) ଅଧୀନରେ ୩୦୦GB ଲିମିଟ୍ ସ୍ଥିର କରିଛି । ଅର୍ଥାତ୍ ୟୁଜର୍ସ ପୁରା ଭ୍ୟାଲିଡିଟିରେ ୩୦୦GB ପର୍ଯ୍ୟନ୍ତ ଡାଟା ବ୍ୟବହାର କରିପାରିବେ । ଏହା ସହିତ, TRAI ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତିଦିନ ୧୦୦ଟି ଫ୍ରି SMS ମେସେଜ୍ ଉପଲବ୍ଧ ହୋଇପାରିବ ।
ଭାରତୀ ଏୟାରଟେଲର ଏହି ପ୍ରିପେଡ୍ ପ୍ଲାନ୍ ୩୯୯ ମୂଲ୍ୟରେ ଉପଲବ୍ଧ ଏବଂ ଯାହାର ଭ୍ୟାଲିଡିଟି ୨୮ ଦିନ ପାଇଁ ରହିଛି । ଏୟାରଟେଲ୍ ଏହା ମଧ୍ୟ ଘୋଷଣା କରିଛି ଯେ, ଏହା ଓଡ଼ିଶା ଟେଲିକମ୍ ସର୍କଲରେ ୧୫୦୦ଟି ନୂତନ 5G ମୋବାଇଲ୍ ଟାୱାର ସ୍ଥାପନ କରିଛି । ନୂତନ ଟାୱାରଗୁଡ଼ିକ ସମଗ୍ର ଓଡ଼ିଶା ଟେଲିକମ୍ ସର୍କଲରେ ୟୁଜର୍ସଙ୍କୁ ଭଲ କନେକ୍ଟିଭିଟି ପ୍ରଦାନ କରିବ । ଏହା ଦ୍ୱାରା ୧୧ ନିୟୁତ ଲୋକ, ଅର୍ଥାତ୍ ୧୧ ନିୟୁତ ଲୋକଙ୍କୁ ଏହାର ଫାଇଦା ମିଳିବ ।
ଅନ୍ୟପଟେ କମ୍ପାନୀ ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ ଏକ ଖାସ୍ ପ୍ଲାନ୍ ପ୍ରଚଳନ କରିଛି। ଏୟାରଟେଲ୍ WiFi + TV ୟୁଜର୍ସ ୫୯୯ଟଙ୍କାର ଏକ ବଣ୍ଡଲ୍ ପ୍ୟାକ୍ ସହିତ ୟୁନିଟ୍ ୮ ସ୍ପୋର୍ଟସ୍ ଚ୍ୟାନେଲର ସବସ୍କ୍ରିପସନ୍ ପାଇପାରିବେ। ଏଥିପାଇଁ ୟୁଜର୍ସଙ୍କୁ ଅତିରିକ୍ତ ୨୪ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଆପଣ ଏହି ଚ୍ୟାନେଲକୁ ଆପଣଙ୍କର ନିୟମିତ ଟିଭି/DTH ପ୍ଲାନ୍ ସହିତ ସାମିଲ କରିପାରିବେ ।






