ଏ.କେ ବ୍ୟୁରୋ : RTO ଚାଲାଣ ନାଁରେ ବଡ଼ଧରଣର ଠକେଇ । ଗାଡ଼ି ଚାଲାଣ ସେଟଲେମେଣ୍ଟ ନାଁରେ ଠକେଇ ଅଭିଯୋଗ। ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ନେଇ ୧୦ ଜୁଲାଇରେ ସାଇବର ଥାନାରେ ଅଭିଯୋଗ କରାଯାଇଥିଲା।

ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତ ଭଦ୍ରକର ରାଜା ଦାସ ଓ ରଜତ ଲେଙ୍କାଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ସରକାରୀ ପୋର୍ଟାଲ ବ୍ୟତିତ ଅନ୍ୟ ଏକ ପୋର୍ଟାଲ କରି ମଧ୍ୟ ଠକେଇ କରୁଥିଲେ। ସେମାନଙ୍କ ନିକଟରେ ୬୧ଟି ମିଛ RTO ଚାଲାଣ, ୩ ମୋବାଇଲ ଜବତ କରାଯାଇଛି। ତେବେ ଏଥିପ୍ରତି ସଜାଗ ରହିବା ପାଇଁ କଟକ ଡିସିପି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।






