ଏ.କେ ବ୍ୟୁରୋ : ଆଫଗାନିସ୍ତାନ କ୍ରିକେଟ ଟିମର ଦିନିକିଆ ଅଧିନାୟକ ପଦକୁ ଇସ୍ତଫା ଦେଇଛନ୍ତି ହଶମତୁଲ୍ଲାହ ଶାହିଦି । ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ପୂର୍ବରୁ ଆଫଗାନିସ୍ତାନକୁ ଏକ ବଡ଼ ଝଟକା ଲାଗିଛି । ଜୁନ୍ ମାସରେ ଭାରତ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିବା ଆଫଗାନିସ୍ତାନ ହାରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଅଧିନାୟକ । ଏହି ସିରିଜକୁ ୩-୦ରେ ଜିତିଥିଲା ଭାରତ । ଏହି ସିରିଜ ପରାଜୟ ପରେ ଏହାକୁ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି ହଶମତୁଲ୍ଲାହ ।
ଶାହିଦି ୨୦୨୨ରେ ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ । ଦିନିକିଆ ଫର୍ମାଟରେ ଅଧିନାୟକ ଭାବେ ହଶମତୁଲ୍ଲାହ ଶାହିଦିଙ୍କ ବ୍ୟାଟିଂ ପ୍ରଦର୍ଶନ ବହୁତ ଭଲ । ସେ ୫୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୩୩. ୭୯ ହାରରେ ରନ୍ କରିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ ରେଟ୍ ୭୦.୭୭ ଥିଲା । ସେ ତାଙ୍କ କ୍ୟାରିୟରର ଏକମାତ୍ର ଶତକ ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଆସିଥିଲା । ୧୩୧ ବଲରେ ୧୦୨ ରନ୍ କରିଥିଲେ ।
ହଶମତୁଲ୍ଲାହ ଶାହିଦିଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦ୍ୱିପାକ୍ଷିକ ସିରିଜରେ ବାଂଲାଦେଶକୁ ତିନି ଥର, ଜିମ୍ବାୱେକୁ ଦୁଇ ଥର ଏବଂ ଦକ୍ଷିଣ ଆଫ୍ରିକା ଏବଂ ଆୟର୍ଲାଣ୍ଡକୁ ଥରେ ପରାସ୍ତ କରିବାରେ ସଫଳ ହୋଇଥିଲା । ଶାହିଦିଙ୍କ ଅଧିନାୟକତ୍ୱରେ ଏସିଆ କପ୍ ଏବଂ ଦିନିକିଆ ବିଶ୍ୱକପ ଖେଳିଥିଲା ଆଫଗାନିସ୍ତାନ । ୨୦୨୩ ମସିହାରେ ଏସିଆ କପ୍ ଏବଂ ଦିନିକିଆ ବିଶ୍ୱକପ୍ ଏବଂ ୨୦୨୫ ମସିହାରେ ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରିଛି ଆଫଗାନିସ୍ତାନ । ଶାହିଦିଙ୍କ ଅଧିନାୟକତ୍ୱରେ, ଆଫଗାନିସ୍ତାନ ମୋଟ ୫୫ଟି ଦିନିକିଆ ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ୨୭ ଟିରେ ବିଜୟୀ ହୋଇଛି ।
ହଶମତୁଲ୍ଲାହ ଶାହିଦି ଆଫଗାନିସ୍ତାନ କ୍ରିକେଟ ଟିମ୍ ପାଇଁ ୧୨ଟି ଟେଷ୍ଟ, ୯୬ ଦିନିକିଆ ଏବଂ ୬ଟି୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ୧୨ଟି ଟେଷ୍ଟରେ ୭୯୬ ରନ୍ ଏବଂ ୯୬ ଦିନିକିଆ ପାଇଁ ୨୬୦୭ ରନ୍ ଏବଂ ୬ଟି ୨୦ ମ୍ୟାଚରେ ୪୮ ରନ୍ କରିଛନ୍ତି । ଟେଷ୍ଟରେ ୨ଟି ଶତକ ଏବଂ ଦିନିକିଆରେ ୧ଟି ଶତକ ମାରିଛନ୍ତି । ଦିନିକିଆରେ ୨୨ଟି ଅର୍ଦ୍ଧଶତକ ମାରିଛନ୍ତି । ଆୟର୍ଲାଣ୍ଡ ବିପକ୍ଷରେ ଅଗଷ୍ଟ ୫ରୁ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଆଫଗାନିସ୍ତାନ । ଏହା ପୂର୍ବରୁ ଦଳର ନୂଆ ନେତୃତ୍ୱ ଚୟନ କରିବାକୁ ପଡିବ ।






