ବୌଦ୍ଧ :ବୌଦ୍ଧ ଜିଲ୍ଲା ସଦର ମହକୁମା ରାମଲୀଳା ମଇଦାନ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୋ-ସଂମ୍ମାନ ଆହ୍ୱାନ ଅଭିଯାନ ନିମନ୍ତେ ବୌଦ୍ଧ ବୁଟୁପାଲି ସ୍ଥିତ ଶ୍ରୀରାଧାମାଧବ ସେବାଶ୍ରମ ର ମୁଖ୍ୟ ଆଚାର୍ଯ୍ୟ ବ୍ରହ୍ମଚାରୀ ଆଦିତ୍ୟ ଦାସ ଜୀ ଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ମାନଙ୍କ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l
ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ସାଧୂସନ୍ଥ, ଗୋଭକ୍ତ ମାନେ ଯୋଗଦେଇ ଗୋ -ସଂମ୍ମାନ ସହିତ ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା, ଗୋ ହତ୍ୟା ବନ୍ଦ ଇତ୍ୟାଦି ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଯ୍ୟନ୍ତ ଆସିଥିଲେ l ଆଜି ଦିନରେ ଦେଶର ପ୍ରତ୍ୟେକ ଜିଲ୍ଲାପାଳଙ୍କ ମାଧ୍ୟମରେ 40 କୋଟି ସ୍ଵାକ୍ଷର ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ଧlର୍ଯ୍ୟ ଥିବାବେଳେ ବୌଦ୍ଧ ଜିଲ୍ଲାରେ ତିନି ଲକ୍ଷରୁ ଉର୍ଦ୍ଧ ସ୍ଵାକ୍ଷର କରି ଦାବିପତ୍ର ପ୍ରଦାନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ବର କନିଆ ମଠର ମହନ୍ତ ଲଷ୍ମଣ ଦାସ, ଆଚାର୍ଯ୍ୟ ସୁବ୍ରତ ଜୀ, ବାବା ଧୂଳିଆ,ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟାପକ ପ୍ରତାପ କୁମାର ରଥ, ମହାନଦୀ ଆଳତୀ ଘାଟର ପୃଷ୍ଟୋପୋଷକ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ, ଜିଲ୍ଲା ପ୍ରବକ୍ତା ସଂଘ ସଭାପତି ଗୌରୀ ପ୍ରସାଦ ସାହୁ, ଡ଼ମ୍ବରୁଗଡ଼ ମଠ ପରିଚାଳନା କମିଟି ସଦସ୍ୟ ଶିବ କର୍ମୀ, ପ୍ରାଣୀ କଲ୍ୟାଣ ମଞ୍ଚ ସମ୍ପାଦକ ଅରୁଣ କୁମାର ମେଣ୍ଡିଲି, ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ,
ମହାନଦୀ ଆଳତୀ ଘାଟ କମିଟି ସଦସ୍ୟ ସୂର୍ଯ୍ୱେନ୍ଦୁ ଶତପଥି, ବୁଟୁପାଲି ରାଧାକୃଷ୍ଣ ମନ୍ଦିର କମିଟି ର ଲକ୍ଷ୍ମଣ ମେହେର, ଶେଷଦେବ ମେହେର, ଏବଂ ବଜରଙ୍ଗ ଦଳରୁ ଅଭିଜିତ ମହାପାତ୍ର ଓ ମିଥୁନ ନାଏକ ପ୍ରମୁଖ ସାମିଲ ଥିବାବେଳେ ଏଥିରେ ବୁଟୁପାଲି ସ୍ଥିତ ଶ୍ରୀରାଧାମାଧବ ସେବା ଶ୍ରମର ଶଶାଙ୍କ ପ୍ରଧାନ, ଆକାଶ ଜେନା, ଅର୍ଜୁନ ମେହେର, କାର୍ତ୍ତିକ ବେଜୀ, ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ l
ବୌଦ୍ଧରୁ କୃତ୍ତିବାସ ପଲିଆ ଙ୍କ ରିପୋର୍ଟ ଆପଣଙ୍କ ଖବର






