ବୌଦ୍ଧ : କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଟଖଟିଆ ଗ୍ରାମ ପଞ୍ଚାୟତର କୁମରକେଳିର ଆଶ୍ରମ ସ୍କୁଲକୁ ଯାଇଥିବା ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଏଭଳି ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି, ଯାହା ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏହି ଗୋଟିଏ ରାସ୍ତା ଉପରେ ପ୍ରତିଦିନ ସ୍କୁଲ ପିଲା ଯିବା ଆସିବା କରନ୍ତି ପ୍ରାୟ 3 ଖଣ୍ଡ ଗ୍ରାମର ଲୋକେ ଯାତାୟାତ ପାଇଁ ନିର୍ଭର କରନ୍ତି।

ଗାତ ଏବଂ କାଦୁଅ ଯୋଗୁଁ ଦୈନନ୍ଦିନ ଯାତାୟାତରେ ଜୀବନ ବାଜି ଲଗାଇବାକୁ ପଡ଼ୁଛି। ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତା ମରାମତି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ l
କଣ୍ଟାମାଳ ବ୍ଲକରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର l






