ବୁଗୁଡ଼ା ୦୧/୦୮/୨୬( ଆଶିଷ କୁମାର ଖାଡ଼ଙ୍ଗା )
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା, ଚାଷ କାମ ପାଇଁ ନିଜ ବିଲକୁ ଯାଇଥିବା ବେଳେ ଗୋଡ଼କୁ ବିଷଧର ସାପ କାମୁଡ଼ିବାରୁ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଛି।
ସୂଚନା ଅନୁଯାୟୀ, କରଚୁଲି ଗ୍ରାମର ସନ୍ତୋଷ କୁମାର ପୋଲେଇ ବୟସ ୫୨ ବର୍ଷ, ସେ ନିଜ ଚାଷଜମିରେ କାମ କରୁଥିବା ସମୟରେ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ବୁଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ, ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ,ମୃତ ଦେହ ଗାଁ ରେ ପହଂଚିବା ପାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ମୃତ ଚାଷୀଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ସେହିଁ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ, ପରିବାରରେ ବିଧବା ସ୍ତ୍ରୀ ଏବଂ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ରହିଥିବାବେଳେ, ଏହି ଚାଷୀ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରିବାର ଏବଂ ଗ୍ରାମବାସୀ ଦାବିକରିଛନ୍ତି ।






