ବୌଦ୍ଧ:ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଅବସର ଓ ବଦଳିକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।


ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କ ସମେତ ପୁରାତନ ଛାତ୍ର ସଂସଦ ଏବଂ ବିଦ୍ୟାଳୟ ପରିଚାଳନା କମିଟି (SMC) ର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।
ଏହି ଅବସରରେ ବିଦ୍ୟାଳୟରୁ ଅବସର ଗ୍ରହଣ କରୁଥିବା ଏବଂ ଅନ୍ୟତ୍ର ବଦଳି ହୋଇଯାଉଥିବା ପ୍ରିୟ ଶିକ୍ଷକ/କର୍ମଚାରୀଙ୍କୁ ସେମାନଙ୍କର ଅତୁଳନୀୟ ସେବା, ଉତ୍ସର୍ଗୀକୃତ ମନୋଭାବ ଏବଂ ଶିକ୍ଷାଦାନ କ୍ଷେତ୍ରରେ ରହିଥିବା ଅବଦାନ ପାଇଁ ବିଦ୍ୟାଳୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଉପସ୍ଥିତ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀ ସେମାନଙ୍କର ଆଗାମୀ ନିରାମୟ ଓ ମଙ୍ଗଳମୟ ଭବିଷ୍ୟତ କାମନା କରି ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।
ବୌଦ୍ଧ ଜିଲ୍ଲାରୁ କୃତ୍ତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






