ଏ. କେ ବ୍ୟୁରୋ : ଅଭିଯୋଗକାରୀ ବିବେକାନନ୍ଦ ନାୟକ ହେଉଛନ୍ତଇ ଗଞ୍ଜାମ ଜିଲ୍ଲା କହ୍ନେଇପୁର ବାସିନ୍ଦା । ଗତ କାଲି ଅପରାହ୍ନ ୫.୩୦ ସମୟରେ ସେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ସମୁଖରେ ଛିଡା ହୋଇଥିବା ବେଳେ, ଜଣେ ମହିଳା ପାଖକୁ ଆସି କୁଆଡେ ଯିବେ ବୋଲି ପ୍ରଶ୍ନ କରିଥିଲେ । ଅଭିଯୋଗକାରୀ ତାଙ୍କ ପ୍ରଶ୍ନର କିଛି ଉତ୍ତର ନଦେବାରୁ, ଅଭିଯୁକ୍ତ ମହିଳା ଜଣକ ହଠାତ ତାଙ୍କ ପକେଟରୁ ତାଙ୍କ ମୋବାଇଲ ଫୋନ କାଢି ନେଇଥିଲେ ଏବଂ ମୋବାଇଲ ଫେରାଇବା ଲାଗି ୫୦୦ ଟଙ୍କା ଦେବାକୁ କହିଥିଲେ ।

ଅଭିଯୋଗକାରୀ ଟଙ୍କା ଦେବାକୁ ମନା କରିବା ସହଅ ମୋବାଇଲ ଫେରାଇବା ଲାଗି ଅନୁରୋଧ କରିଥିଲେ । ଠିକ ଏତିକି ବେଳେ, ନିକଟରେ ଥିବା ସହଯୋଗୀ ଅଭିଯୁକ୍ତ ଏସକେ ସାଜନ ପାଖକୁ ଆସି ତାଙ୍କ ସହିତ ଯୁକ୍ତିତର୍କ କରିବା ସହଅ ପେଲାଠେଲା କରିଥିଲେ ଏବଂ ତାଙ୍କ ପକେଟରୁ ୫,୦୦୦ ଟଙ୍କା ଜୋରଜବରଦସ୍ତ କାଢି ନେଇଯାଇଥିଲେ । ପରେ ଉଭୟ ଘଟଣା ସ୍ଥଳ ଛଡୀ କେଉଁଆଡେ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ କେଶରୀ ହୋଟେଲ ସମୁଖରୁ ଗିରଫ କରିଥିବା ବେଳେ, ଉଭୟଙ୍କ ନିକଟରୁ ଲୁଟ ୫୦୦୦ ଟଙ୍କା ଏବଂ ଏକ ମୋବାଇଲ ଫୋନ ଜବତ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ସନ୍ତୋଷି ନାୟକ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୩ ଟି ଭିନ୍ନ ଅପରାଧିକ ମାମଲା ରହିଥିବା ବେଳେ, ଅଭିଯୁକ୍ତ






