ଏ. କେ ବ୍ୟୁରୋ : କୋଲନରା ସ୍ଥିତ ମା’ ସନ୍ତୋଷୀ ମନ୍ଦିର ପ୍ରାଙ୍ଗଣରେ ଏକ ନୂତନ ମିଡିଆ ସେଲ୍ ଗଠନ କରାଯାଇଛି। ଏହି ଅବସରରେ ଆୟୋଜିତ ବୈଠକରେ ସର୍ବସମ୍ମତି କ୍ରମେ ମିଡିଆ ସେଲ୍ର ସମସ୍ତ ପଦବୀ ପାଇଁ ସଦସ୍ୟ ମାନଙ୍କୁ ଚୟନ କରାଯାଇଥିଲା। ଉପସ୍ଥିତ ସଦସ୍ୟମାନେ ସଂଗଠନର କାର୍ଯ୍ୟପଦ୍ଧତି, ଦାୟିତ୍ୱ ବଣ୍ଟନ ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ମିଡିଆ ସେଲ୍ ସଭାପତି ଭାବେ ନରେନ୍ଦ୍ର ନିଶାଲ (ସୋନୁ ବାଗ୍), ଉପସଭାପତି ଭାବେ ନିତ୍ୟାନନ୍ଦ ବୈଷ୍ଣବ, ସମ୍ପାଦକ ଭାବେ ସଚ୍ଚିଦାନନ୍ଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ଅକ୍ଷୟ କୁମାର ମହାନନ୍ଦିଆ ଓ କୋଷାଧ୍ୟକ୍ଷ ଭାବେ ପୃଥ୍ୱୀରାଜ ମହାନ୍ତିଙ୍କୁ ଚୟନ କରାଯାଇଥିଲା।

ମିଡିଆ ସେଲ୍ର ମୂଳ ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କ ସମସ୍ୟା, ଅଭାବ–ଅସୁବିଧା ଏବଂ ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଦାୟିତ୍ୱର ସହିତ ଉପସ୍ଥାପନ କରିବା। ଅଞ୍ଚଳର ବିଭିନ୍ନ ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତାଘାଟ ଓ ଅନ୍ୟାନ୍ୟ ମୌଳିକ ସମସ୍ୟାକୁ ସଂପୃକ୍ତ ବିଭାଗ ଏବଂ ପ୍ରଶାସନଙ୍କ ନଜରକୁ ଆଣିବା ସହ ଲୋକଙ୍କ ସ୍ୱରକୁ ସଶକ୍ତ ଭାବେ ପହଞ୍ଚାଇବା ପାଇଁ ମିଡିଆ ସେଲ୍ କାର୍ଯ୍ୟ କରିବ ବୋଲି ସଭାପତି ନରେନ୍ଦ୍ର ନିଶାଲ ମତ ପ୍ରକାଶ ପାଇଥିଲା। ସେହିପରି ସଠିକ୍ ଓ ନିରପେକ୍ଷ ତଥ୍ୟ ପ୍ରଚାର, ସାମାଜିକ ସଚେତନତା ସୃଷ୍ଟି ଏବଂ ଜନହିତକର କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇ ମିଡିଆ ସେଲ୍ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଉପସ୍ଥିତ ସଦସ୍ୟମାନେ ଏକତା ଓ ସମନ୍ୱୟ ରକ୍ଷା କରି ସଂଗଠନକୁ ସକ୍ରିୟ ଏବଂ ଲୋକମୁଖୀ କରିବା ପାଇଁ ସଂକଳ୍ପ ନେଇଥିଲେ। ବୈଠକ ଶେଷରେ ନବନିର୍ବାଚିତ ପଦାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ମିଡିଆ ସେଲ୍ ଲୋକଙ୍କ ସମସ୍ୟାର ସଶକ୍ତ ସ୍ୱର ହୋଇ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା। ଏଥିରେ ମିଡିଆ ସେଲ୍ ର ଅଭିରାମ ବେହେରା, କୈଳାଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ରାୟଗଡାରୁ ନରେନ୍ଦ୍ର ନିଶାଲଙ୍କ ରିପୋର୍ଟ ଆପଣଙ୍କ ଖବର






