ଏ.କେ ବ୍ୟୁରୋ: ଶ୍ରାବଣ ମାସ ପ୍ରଥମ ସୋମବାରରେ ବାବା ଧବଳେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। କାଉଡିଆମାନେ ନିଜର ମାନସିକ ଜଳ ଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରିଛନ୍ତି । ରାତି ୪ଟାରେ ପହଡ ଖୋଲା ଯାଇ ସମସ୍ତ ନୀତିକାନ୍ତି କରାଯିବା ପରେ ଶ୍ରାବଣୀ ଲିଙ୍ଗରେ କାଉଡିଆ ମାନେ ଜଳ ଲାଗି କରିଥିଲେ ।
ମହାନଦୀ ଗର୍ଭରେ ବାବାଙ୍କ ମନ୍ଦିର ଥିବାରୁ ଭକ୍ତ ଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ଘାଟରେ ସୁରକ୍ଷା ବ୍ୟବସ୍ଥା କରିବା ସହ ଅଗ୍ନିଶମ ବିଭାଗ, ଓଡ୍ରାଫ କୁ ନିୟୋଜିତ କରାଯାଇଛି । ଜଳଲାଗି କରିବା ପାଇଁ ମନ୍ଦିରରେ ବ୍ୟାରିକେଡ ସହ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ବିଭିନ୍ନ ଘାଟରେ ସୁରକ୍ଷାକର୍ମୀ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍କୁ ମଧ୍ୟ ନିୟୋଜିତ କରାଯାଇଛି। ମନ୍ଦିର ପରିସରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇ ଭକ୍ତମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଶ୍ରାବଣ ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଭକ୍ତି ଓ ଉତ୍ସାହ ଦେଖିବାକୁ ମିଳିଛି ।






