ଏ.କେ ବ୍ୟିରୋ : ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ (କଳା) ଏବଂ ନବମ ଶ୍ରେଣୀର ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ସାହୁ ଙ୍କ ସଭାପିତ୍ବରେ ମୁଖ୍ୟ ଅତିଥି ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଶ୍ରୀ ଅକ୍ଷୟ ଜଗଦଲା,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ପଣ୍ଡା ଓ ଅବସରପ୍ରାପ୍ତ ଅଧ୍ୟାପିକା ଶ୍ରୀମତୀ ପ୍ରତିଭା ତ୍ରିପାଠୀ

ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ନିଷ୍ଠା, ଶୃଙ୍ଖଳା ଓ ଉତ୍ତମ ଚରିତ୍ର ଗଠନ ପାଇଁ ପ୍ରେରଣା ଦେଇଥିଲେ। ସ୍ୱାଗତ ସଙ୍ଗୀତ, ଉପହାର ବଣ୍ଟନ ଏବଂ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସଭାକୁ ଆକର୍ଷଣୀୟ କରିଥିଲା। ଶ୍ରୀ ରାଧେଶ୍ୟାମ ମେହେର | ଶ୍ରୀ ଅଜତ୍ନ ଲୁହା ଧନ୍ୟବାଦ ଅର୍ପଣ କରିଥିଲେ l
ବୌଦ୍ଧ ଜିଲ୍ଲାରୁ କୃତ୍ତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






