ଏ.କେ ବ୍ୟୁରୋ : ବୁଗୁଡ଼ାରେ ଆସନ୍ତା ୧୦ ଅଗଷ୍ଟ ସୋମବାର ଦିନ ଦିବା ୧୦ ଘଣ୍ଟ ସମୟରେ ଅନୁଷ୍ଠିତ ହେବାକୁ ଯାଉଛି ଗଞ୍ଜାମ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ।

ଏହି ଅବସରରେ ବୁଗୁଡ଼ା ସମେତ ଆଖପାଖ ଅଞ୍ଚଳର ଲୋକମାନେ ନିଜର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଉପସ୍ଥାପନ କରିପାରିବେ।ଜମିଜମା, ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ, ଆବାସ ଯୋଜନା, ରାସନ କାର୍ଡ, ଭତ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ଅଭିଯୋଗ ଓ ସମସ୍ୟା ଲୋକେ ଜଣାଇପାରିବେ।ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରଶାସନ ସିଧାସଳଖ ଶୁଣିବା ସହ ଯୋଗ୍ୟ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ନେବା ଆଶା କରାଯାଉଛି। ଏଥିପାଇଁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବା ସହ ଅଭିଯୋଗଗୁଡ଼ିକର ଶୁଣାଣି କରିବେ। ପ୍ରକାଶ ଥାଉକି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଯୋଗୁଁ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ସ୍ଥଗିତ ରଖାଯାଇଛି ଏଣୁ ସମସ୍ତ ଅଂଚଳବାସୀ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ରେ ଉପସ୍ଥିତ ରହି ନିଜ ଅଭିଯୋଗ ଜଣାଇ ଏହି ଅଭିଯୋଗ ଶୁଣାଣୀର ସଦୁପଯୋଗ କରିବାକୁ ନିବେଦନ କରାଯାଇଛି।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର ।






