ଏ.କେ ବ୍ୟୁରୋ : ଆଠଗଡ଼ ଓକିଲ ସଂଘ ପକ୍ଷରୁ ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କ କୋର୍ଟ କୁ ବର୍ଜନ କରାଯିବା ସହିତ କଳାବ୍ୟାଚ୍ ପରିଧାନ କରିଛନ୍ତି।ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇ ୧୭/୧୦/୮/୨୬ନଂ ଏକ ପ୍ରସ୍ତାବ ପାରିତ ହୋଇଛି। ଏହାର ଏକକିତା ନକଲ ଓଡ଼ିଶା ଉଚ୍ଚନ୍ୟାୟାଳୟର ରେଜିଷ୍ଟ୍ରାର ଙ୍କ ଜରିଆରେ ମୁଖ୍ୟ ବିଚାରପତି, ଆଡଭୋକେଟ୍ ଜେନେରାଲ ଆଦିଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି।

ଓକିଲ ମାନେ ଅଭିଯୋଗ କରିଛନ୍ତି ଯେ କିଛି ବ୍ୟକ୍ତିଙ୍କୁ ମାନ୍ୟବର ହାଇକୋର୍ଟ ଜାମିନ ମଂଜୁର କରି ସର୍ତ୍ତାବଳୀ ଲାଗୁକରି ଜାମିନ ପ୍ରଦାନ ପାଇଁ ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ଜାମିନ ଉପରେ ନଗଦ ୨୫ଲକ୍ଷ ଟଙ୍କା ପୈଠ କରି ଜାମିନ ମଂଜୁର ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହା ସମ୍ପୂର୍ଣ୍ଣ ଆଇନ ବିରୋଧୀ ବୋଲି ଓକିଲ ମାନେ କହିଛନ୍ତି। ଓକିଲ ମାନେ ଅଭିଯୋଗ କରିଛନ୍ତି କି ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜ କିଶୋର ଦାସ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲକ୍ଷ କରି ଏହି ପରି ନିର୍ଯାତନା ଦେଉଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ନେତୃତ୍ବରେ ପ୍ରଶାନ୍ତ ମିଶ୍ର ,ପ୍ରଶନ୍ନ ରାଉତ,ଶରତ ଦାଶ,ସତ୍ୟେନ ପଣ୍ଡା, ସରୋଜ ପଟ୍ଟନାୟକ, ମନୋରଞ୍ଜନ ମହାନ୍ତି,ମନୋଜ ପଟ୍ଟନାୟକ,ଗୋପ ରଞ୍ଜନ ପ୍ରଧାନ ଓକିଲ ସଂଘର ସମ୍ପାଦକ ବନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।






