ଏ.କେ ବ୍ୟୁରୋ : ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହିଆସୁ ଥିବା କନ୍ୟାବେଢା ହରିଜନ ସାହି ବସ୍ତି ଓ ବାଲିଆ ମାର୍କେଟକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୫୦ ବର୍ଷରୁ ଅଧିକ ସମୟ ଧରି ସେମାନେ ଏଠାରେ ଘର କରି ରହିଆସୁଛନ୍ତି।
ସେମାନଙ୍କ ମଧ୍ୟରୁ କେତେକ ପରିବାର ନିୟମିତ ଖଜଣା ଦେଉଥିବାବେଳେ, ଅନ୍ୟମାନେ ଏଠାରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି।ଏଠାକାର ବାସିନ୍ଦାମାନେ ଦୀର୍ଘ ବର୍ଷ ଧରି ଭୋଟର ପରିଚୟପତ୍ର, ଆଧାର, ବିଦ୍ୟୁତ ସଂଯୋଗ ଓ ଅନ୍ୟାନ୍ୟ ସରକାରୀ ସୁବିଧା ପାଇଆସୁଥିବା ଦାବି କରିଛନ୍ତି। ଏପରିକି କିଛି ପରିବାର ସରକାରୀ ଆବାସ ଯୋଜନାରେ ଘର ମଧ୍ୟ ପାଇଥିବା ଜଣାପଡ଼ିଛି।ଏଭଳି ପରିସ୍ଥିତିରେ ହଠାତ୍ ବସ୍ତି ଓ ମାର୍କେଟ ଉଚ୍ଛେଦ ପାଇଁ ନୋଟିସ ଜାରି ହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହବିରୋଧକରିଛନ୍ତ କରିଛନ୍ତି। ଉଚ୍ଛେଦ ପୂର୍ବରୁ ପ୍ରଭାବିତ ପରିବାରଙ୍କ ଥଇଥାନ, ବିକଳ୍ପ ବ୍ୟବସ୍ଥା ଓ ଜୀବିକା ସୁରକ୍ଷା ନେଇ ପ୍ରଶାସନ କି ପଦକ୍ଷେପ ନେବ, ତାହାକୁ ନେଇ ଏବେ ସମସ୍ତଙ୍କ ନଜର।
ଅନୁଗୋଳରୁ ଶ୍ୟାମଘନ ନାୟକ ଙ୍କ ରିପୋର୍ଟ ଆପଣ ଙ୍କ ଖବର






