ନିଆଳୀ ନିର୍ବାଚନ ମଣ୍ଡଳୀ ଅଧୀନ ଗବବସ୍ତ ମଣ୍ଡଳରେ ବିଜେପି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ ଦଳ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।
ମଣ୍ଡଳ ସଭାପତି ଅଶ୍ୱିନୀ କାଣ୍ଡିଙ୍କ ନେତୃତ୍ୱରେ ଆୟୋଜିତ ଏହି ବାଇକ ଶୋଭାଯାତ୍ରାରେ ବିଜେପି କର୍ମୀ ଓ ସମର୍ଥକମାନେ ଉତ୍ସାହର ସହ ଯୋଗଦେଇଥିଲେ। ମଣ୍ଡଳ ପ୍ରଭାରୀ ବାବୁଲି ବେହେରା, ସାଂସଦଙ୍କ କଟକ ଜିଲ୍ଲା ପ୍ରତିନିଧି ବନ୍ଧୁ ଚରଣ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସ୍ୱାଇଁ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି ରହିଁମ ଉଦିନ ଖାଁ ପ୍ରମୁଖ ଏଥିରେ ଯୋଗଦେଇଥିଲେ।

ଏହାସହ ସରପଞ୍ଚ ସରୋଜ ମହାପାତ୍ର, ଅବଦୁଲ ତାହିଦ ଖାଁ, ଶକ୍ତିକେନ୍ଦ୍ର ପ୍ରମୁଖ ଅମୀୟ ସ୍ୱାଇଁ, ଜନାର୍ଦ୍ଧନ ଦାସ, ସୁକୁମାର ନାୟକ, ପ୍ରଦୀପ୍ତ ସ୍ୱାଇଁ, ପ୍ରମୋଦ ବୈଠଲୁ, ଜିତେନ୍ଦ୍ର ସ୍ୱାଇଁ, ବାବନ ଭୋଇ, ଆଲୋକ ଗଜେନ୍ଦ୍ର, ବୈକୁଣ୍ଠ ଲେଙ୍କା, ଦୁର୍ଗା ଚରଣ ରଥ, ଝୁଲା ଭୋଇ, ପ୍ରଭାକର ପରିଡା, ଲସମୀକାନ୍ତ କାନୁନ୍ଗୋ, ଦିବ୍ୟଜ୍ୟୋତି ସାହୁ, ଦାମୋଦର ସାହୁ, ବବ୍ଲୁ ବେହେରା, ବିଶ୍ୱଜିତ ମହାନ୍ତି, ତ୍ରିନାଥ ସାମଲ ଓ ସୁବୋଧ ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।
ସ୍ୱାଧୀନତା ଦିବସ ଅବସରରେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ସ୍ମରଣ କରି ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ଦିଆଯାଇଥିଲା। ଗବବସ୍ତ ମଣ୍ଡଳରେ ଏହି ଆୟୋଜନକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା।






