ଏ.କେ ବ୍ୟୁରୋ : ଆଠଗଡ ବ୍ଲକ ଅନ୍ତର୍ଗତ କୁଲାଇଲୋସ୍ଥିତ ଅନନ୍ତ ଦଳାଇ ସୃତି ବିଦ୍ୟାପୀଠ ଫାଟକ ସମ୍ମୁଖରେ ବିଦ୍ୟାଳୟ ପରିଚାଳନା କମିଟିରନବନିର୍ବାଚିତ ସଭାପତି ଅରକ୍ଷିତ ସେଠୀ ଆମରଣ ଅନଶନ ଜାରି ରଖିଛନ୍ତି। ପ୍ରକାଶ ଯୋଗ୍ୟ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ ଉଦ୍ଦେଶ୍ୟରେ ସର୍ବସମ୍ମତକ୍ରମେ ୧୫ ଜଣ ସଦସ୍ୟଙ୍କୁ ପରିଚାଳନା କମିଟି ସଦସ୍ୟ ଭାବରେ ମନୋନୀତ ହୋଇଥିଲେ।
ସଭାପତି ପଦ ପାଇଁ ଦୁଇ ଜଣ ଆଶାୟୀ ହେବାରୁ ନିର୍ବାଚନ ହୋଇଥିଲା। ନିର୍ବାଚନରେ ଅରକ୍ଷିତ ସେଠୀ ନିର୍ବାଚିତ ହୋଇଥିଲେ ବୋଲି ପ୍ରଧାନଶିକ୍ଷୟତ୍ରୀ ମୌଖିକ ଭାବରେ ଜଣାଇଥିଲେ। ନିର୍ବାଚନ ପରେ ହଠାତ କିଛି ଅସାମାଜିକ ଯୁବକ ବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ହୋ ହାଲ୍ଲା ଗଣ୍ଡଗୋଳ ସୃଷ୍ଟି କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ପୋଲିସର ସହାୟତା ନେବା ସହ ଗଣ୍ଡଗୋଳ ଆଶଙ୍କା ଦେଖି ନିର୍ବାଚନର ଫଳାଫଳ ଲିଖିତ ଭାବରେ ଦେଇ ନଥିଲେ। ଏ ବିଷୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାରେ ନିର୍ବାଚନ ଫଳାଫଳ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଛି ବୋଲି ସୂଚନା ଦେଇଥିଲେ।
ଏ ବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗରେ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ସାନି ନିର୍ବାଚନ ପାଇଁ ନୋଟିସ ଜାରି କରିଛନ୍ତି ବୋଲି କହିଥିଲେ। ସାନି ନିର୍ବାଚନକୁ ବନ୍ଦ କରି ପୂର୍ବ ଘୋଷିତ ନିର୍ବାଚନ ଫଳାଫଳ ଘୋଷଣା କରା ନଯିବା ପର୍ଯ୍ୟନ୍ତ ଆମରଣ ଅନଶନ କରିବେ ବୋଲି ଲିଖିତ ଭାବରେ ପ୍ରଶାସନ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ପୂର୍ବରୁ ଅବଗତ କରିଥିଲେ ନବନିର୍ବାଚିତ ସଭାପତି। ଫଳ ଘୋଷଣା କରାନଯିବାରୁ ଆଜି ଅଗଷ୍ଟ ୧୭ ତାରିଖ ଠାରୁ ଅରକ୍ଷିତ ସେଠୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ଏଥିପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ, ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ଦାୟୀ ରହିବେ ବୋଲି ସୂଚନା ଦେଇଛନ୍ତି।






