ଏ.କେ ବ୍ୟୁରୋ : ଜାତୀୟ ପତାକାକୁ ଅବମାନନା ନେଇ ଆଠଗଡ଼ ଥାନାରେ ଏତଲା। ସୂଚନାଯୋଗ୍ୟ ଆଠଗଡ଼ ବ୍ଳକ ଅନ୍ତର୍ଗତ ସମସରପୁର ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତ ଚଳିତ ମାସର ୧୫ ତାରିଖରେ ପତାକା ଉତ୍ତୋଳନ ପରେ ଅପରାହ୍ନ ୩ ଘଟିକାରେ ଜାତୀୟ ପତାକା ଖୁଣ୍ଟିକୁ ଉପାଡ଼ି ପିଙ୍ଗି ଦେଇଥିଲେ।

ଖବର ପାଇ ସେଇ ଗ୍ରାମର ପ୍ରୋଗ୍ରେସିଭ କ୍ଲବର ସଦସ୍ୟମାନେ ସରପଞ୍ଚଙ୍କୁ ପଚାରିବାରୁ ମୋ ପାଖରେ ସମୟ ନାହିଁ ବୋଲି କହି ସେଠାରୁ ପଳାଇ ଯାଇଥିଲେ। ଏହାକୁ ନେଇ ପ୍ରୋଗ୍ରେସିଭ କ୍ଲବର ସଦସ୍ୟ ସଞ୍ଜୟ ନାୟକ, ପ୍ରଭଜନ ସେଠୀ, ଶ୍ରୀଧର ସେଠୀ,ଆଶିଷ କୁମାର ସିଂହ, ବିକ୍ରମ କେଶରୀ ସ୍ଵାଇଁ , ସତ୍ୟ ପ୍ରକାଶ ସେଠୀ ପ୍ରମୁଖ ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ତଦନ୍ତ ଚାଲିଛି ବୋଲି ଆଠଗଡ଼ ଥାନା ଆଇଆଇସି ସୁମତି ମହାନ୍ତି ସୁଚନା ଦେଇଛନ୍ତି।






