ଏ.କେ ବ୍ୟୁରୋ : ମୃତ୍ୟୁଦଣ୍ଡ ପାଇଁ ଫାଶୀକୁ ଉଚ୍ଛେଦ କରିବାକୁ ଆଗତ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ଫାଶୀ ବଦଳରେ କର୍ମ ଯନ୍ତ୍ରଣାଦାୟକ ତଥା ଇଂଜେକ୍ସନ ଦେଇ ମାରିବାର ଉପାୟ ଆପଣାଇବା ପାଇଁ ଜନହିତ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଫାଶୀ ପାଇଁ ମୃତ୍ୟୁଦଣ୍ଡ ଦେବା ନିୟମକୁ ବନ୍ଦ କରିବା ପାଇଁ ଜନସ୍ବାର୍ଥ ମାମଲାରେ ଦାବି କରାଯାଇଥିଲା ।

ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଦୁଇ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି । ଆଇନ ଅନୁସାରେ ମୃତ୍ୟୁ ନ ହେବା ପର୍ଯ୍ୟନ୍ତ ବେକରେ ଫାଶୀ ଲଗାଇ ଝୁଲାଇ ରଖାଯାଏ । ଯାଚିକାରେ କୁହାଯାଇଛି କି, ମୃତ୍ୟୁ ଘୋଷଣା ହେବା ଯାଏଁ ପ୍ରାୟ ୪୦ ମିନିଟ ଲାଗିଥାଏ । ଏତେ ସମୟ ଝଟପଟ କରି ମାରିବା ଅପେକ୍ଷା ଗୁଳି ମାରିବା, ଇଞ୍ଜେକ୍ସନ ଦେବା, ଗୁଳି କରିବା କିମ୍ବା କରେଣ୍ଟ ଚେୟାର୍ ବ୍ୟବହାର କରିବା ଉଚିତ୍ । ଫଳରେ ବ୍ୟକ୍ତି ୫ ମିନିଟ ଭିତରେ ମୃତ୍ୟୁ ହୋଇପାରିବ ।
କୋର୍ଟ କହିଛନ୍ତି ଯେ, ଏକ ବିଶେଷଜ୍ଞ କମିଟି ମାଧ୍ୟମରେ ଅନ୍ୟ କୌଣସି ବିକଳ୍ପ ଉପାୟର ଯାଞ୍ଚ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏହି ନିଷ୍ପତ୍ତି ଅଟକାଇବ ନାହିଁ । ସୁପ୍ରିମ କୋର୍ଟ କହିଛନ୍ତି, ଯଦି ଭବିଷ୍ୟତରେ କୌଣସି ଦୃଢ଼ ଚିକିତ୍ସା କିମ୍ବା ବୈଜ୍ଞାନିକ ପ୍ରମାଣ ମିଳେ, ତେବେ ଏହି ବିଷୟ ଉପରେ ପୁଣି ବିଚାର କରାଯାଇପାରିବ। କେନ୍ଦ୍ର ସରକାର ଯଦି ଚାହିଁବେ, ଆଇନ, ଫରେନ୍ସିକ ମେଡିସିନ ଏବଂ ନ୍ୟୁରୋସାଇନ୍ସ ବିଶେଷଜ୍ଞଙ୍କର ଏକ ସମିତି କରି ଫାଶୀ ବିକଳ୍ପ କିମ୍ବା ଅନ୍ୟ ଉପାୟ ଉପରେ ସମୀକ୍ଷା କରିପାରିବେ ।






