ଏ.କେ ବ୍ୟୁରୋ : ଔପଦା ଥାନା ଅନ୍ତର୍ଗତ ତଳକିଆ ଗ୍ରାମ ପଞ୍ଚାୟତର ପାଟପୁର ଗ୍ରାମରେ ଏକତରଫା ପ୍ରେମକୁ କେନ୍ଦ୍ର କରି ଚାଞ୍ଚଲ୍ୟ। ଅଭିଯୋଗ ଅନୁସାରେ, ଖଇରା ବ୍ଲକ ଗଣ୍ଡିବେଡ ଅଞ୍ଚଳର ପୃଥିରାଜ କର ନାମକ ଜଣେ ଯୁବକ ପାଟପୁର ଗ୍ରାମର ଏକ ପରିବାର ଘରେ ପଶି ପରିବାର ସଦସ୍ୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ।

ଘଟଣାରେ ପରିବାରର ବାପା-ପୁଅ ଗୁରୁତର ଆହତ ହୋଇଥିବାବେଳେ ମା’ ଓ ଝିଅ ମଧ୍ୟ ଆହତ ହୋଇଛନ୍ତି। ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଯୁବକଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପରେ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିଛି। ଆହତମାନଙ୍କୁ ପ୍ରଥମେ ଔପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇ ପରେ ସୋର ଓ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ। ତଦନ୍ତ ଜାରି।






