ଏ.କେ ବ୍ୟୁରୋ : ପିପୁଲସ୍ କଲେଜ୍ ବୁଗୁଡ଼ା ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏ ବର୍ଷ ର ପ୍ରଥମ ଆଭିଭାବକ ଶିକ୍ଷକ ସମ୍ମିଳନ୍ନି ଅନୁଷ୍ଠିତହୋଇଯାଇଛି। ଅଧ୍ୟକ୍ଷ ଶ୍ରୀ ଭଗବାନ ଶତପଥୀ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏବଂ ଏଥିରେ ଅଧ୍ୟକ୍ଷତା କରିଥିଲେ। ଦ୍ଵିତୀୟ ବର୍ଷ ର ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଲେ ବିଭାଗୀୟ ମୁଖ୍ୟ ଶ୍ରୀ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ଥିଲେ।

ଉଆପଧକ୍ଷ ହରେକୃଷ୍ଣ ନାୟକ ମୂଲ୍ୟବୋଧ ଶିକ୍ଷା ଓ ନୈତିକ ଶିକ୍ଷା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ । ଏଥିରେ ପ୍ରାୟ ୨୦ରୁ ୨୫ ଜଣ ଅଭିଭାବକ ଏବଂ ୫୦ ରୁ ୬୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।। ଅଧ୍ୟାପକ ଲୋକନାଥ ବେହେରା ବିଭାଗର ନୀତି ନିୟମ ଓ ଉଦ୍ଦେଶ୍ୟ ଆଲୋକ ପାତ କରିଥିବାବେଳେ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ବିଭାଗ ର ଇତିହାସ ଏବଂ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କର ସଫଳତା ବିଷୟରେ ରେ ବିଷଦ୍ ବର୍ଣନା କରିଥିଲେ । ଏହି ସଭାରେ ପିଲାମାନଙ୍କର ୭୫ ପ୍ରତିସତ ଉପସ୍ଥାନ ଓ ସରକାର ଙ୍କର ନୂତନ ଶିକ୍ଷା ନିତୀ ର ନିୟମ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭାଗ ର ଶିକ୍ଷା ର ବାତାବରଣ କୁ ବଜାୟ ରଖିବାକୁ ଅଭିଭାବକ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସଭା ରେ ପୂର୍ବତନ ଛାତ୍ରୀ ଶୁଭସ୍ମିତା ସାହୁ ତାଙ୍କ ସଫଳତା ପଛରେ ବିଭାଗୀୟ ଅଧ୍ୟାପକ ମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କଥା ମଧ୍ୟ କହିଥିଲେ। କାର୍ଯ୍ୟକ୍ରମ ର ଶେଷରେ ଦ୍ଵିତୀୟ ବର୍ଷ ର ଛାତ୍ର ସମିତ୍ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର ।






