ଏ.କେ ବ୍ୟୁରୋ : ନ୍ୟୁଜିଲାଣ୍ଡ ଟିମର ପ୍ରଦର୍ଶନ ଏବେ ଭଲ ରହିଛି । କିନ୍ତୁ ଟିମର ବୋର୍ଡ ଲଗାତାର କ୍ଷତିରେ ଚାଲିଛି । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଗତବର୍ଷ ୭୦ କୋଟି ଟଙ୍କାର କ୍ଷତି ସହିଛି । ଏବେ ଭାରତ ବିପକ୍ଷରେ ସିରିଜ ଖେଳି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ କ୍ଷତି ସହିଥିବା ଟଙ୍କାକୁ ଆଦାୟ କରିପାରିବ । ନ୍ୟୁଜିଲାଣ୍ଡ ଟିମ୍ ଅକ୍ଟୋବରରେ ଭାରତ ବିପକ୍ଷରେ ମୋଟ୍ ୧୨ଟି ମ୍ୟାଚ ଖେଳିବ । ୩ଟି ଫର୍ମାଟରେ ମ୍ୟାଚ ଖେଳାଯିବ । ଏଥିରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ନିଜର କ୍ଷତି ଟଙ୍କାକୁ ଆଦାୟ କରିପାରିବ ।
ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରି ୫ଟି ଟି୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ସିରିଜ ଖେଳିବ । ଏହାର ଖେଳସୂଚୀ ଜାରି ହୋଇଛି ।
ଟି୨୦ ସିରିଜ :
ପ୍ରଥମ ଟି୨୦ : ୨୨ ଅକ୍ଟୋବର, କ୍ରାଇଷ୍ଟଚର୍ଚ୍ଚ
ଦ୍ବିତୀୟ ଟି୨୦ : ୨୪ ଅକ୍ଟୋବର, କ୍ରାଇଷ୍ଟଚର୍ଚ୍ଚ
୩ୟ ଟି୨୦ : ୨୭ ଅକ୍ଟୋବର, ୱେଲିଂଟନ
ଚତୁର୍ଥ ଟି୨୦ ୩୦ ଅକ୍ଟୋବର, ଅକଲାଣ୍ଡ
ପଞ୍ଚମ ଟି୨୦ : ୧ ନଭେମ୍ବର, ହେମିଲ୍ଟନ
ଦିନିକିଆ ସିରିଜ :
ପ୍ରଥମ ଦିନିକିଆ : ୪ ନଭେମ୍ବର, ଅକଲାଣ୍ଡ
ଦ୍ବିତୀୟ ଦିନିକିଆ : ୭ ନଭେମ୍ବର, ୱେଲିଂଟନ
୩ୟ ଦିନିକିଆ : ୧୦ ନଭେମ୍ବର, ହେଲିଲ୍ଟନ
ଚତୁର୍ଥ ଦିନିକିଆ : ୧୩ ନଭେମ୍ବର, ମାଉଣ୍ଟ ମଉଙ୍ଗନୁଇ
ପଞ୍ଚମ ଦିନିକିଆ : ୧୫ ନଭେମ୍ବର, ମାଉଣ୍ଟ ମଉଙ୍ଗନୁଇ
ଟେଷ୍ଟ ସିରିଜ :
ପ୍ରଥମ ଟେଷ୍ଟ : ୧୯ ନଭେମ୍ବର, ୱେଲିଂଟନ
ଦ୍ବିତୀୟ ଟେଷ୍ଟ : ୨୭ ନଭେମ୍ବର, କ୍ରାଇଷ୍ଟଚର୍ଚ୍ଚ
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଟିମ୍ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଏହି ସିରିଜରେ ଟିମ୍ ଇଣ୍ଡିଆ ହାରିଲେ, ୱାର୍ଲ୍ଠ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବାର ଆଶା ଧୂଳିସାତ ତହେବ । ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ହରାଇବା ଟିମ୍ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ହେବ ।






