ଏ.କେ ବ୍ୟୁରୋ : ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟ ବେଳପଡ଼ା, ପାଟଣାଗଡ଼, ଓ ଖପ୍ରାଖୋଲ ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର ଙ୍କ ୫୦ ଜଣ ଡାକ୍ତର ନିଯୁକ୍ତି ହେବା କଥା କିନ୍ତୁ ଏବେ ପାଟଣାଗଡ଼ ଡାକ୍ତର ଖାନାରେ ୧୨ ଜଣ ଡାକ୍ତର ନିଯୁକ୍ତି ପାଇଛନ୍ତି । ଏଣୁ ରୋଗୀ ମାନଙ୍କ ଚିକିତ୍ସା ପାଇଁ ନାହିଁ ନ ଥିବାର ଅସୁବିଧା ରୋଗୀ ମାନେ ଭୋଗୁଛନ୍ତି । ଏହି ସମସ୍ୟାକୁ ନେଇଁ KMM କୋଶଳ ମୁକ୍ତି ମୋର୍ଚ୍ଚା ର ଆବାହକ ଡିଙ୍ଗର କୁମ୍ଭାର ଏବଂ ଚଙ୍ଗରିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶୀଳ କୁମାର ଗୁରୁ ଏବଂ KMM ର ସମର୍ଥକ ଏହି ଗଣ ଧାରଣାରେ ସାମିଳ ଅଛନ୍ତି । ଏହି ଆନ୍ଦୋ ଳନ ଟି ଦ୍ୱିତୀୟ ଦିନରେ ପହଞ୍ଚିଛି। ଏବଂ ଡବଳ ଇଞ୍ଜିନ ସରକାର ଓ ପ୍ରସାଶନ କୁମ୍ଭକର୍ଣ୍ଣ ନିନ୍ଦ୍ରାରେ ଶୋଇଛନ୍ତି । ଦେଖାଯାଉ ଆଗାମୀ ଦିନରେ ସରକାର କ’ଣ ପଦକ୍ଷେପ ନେଉଛି ।






