ଏ.କେ ବ୍ୟୁରୋ : ଭାରତୀୟ କିଷାନ ସଂଘ ବୌଦ୍ଧ ଜିଲ୍ଲା ତରଫରୁ ନୁଆପାଲି ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣ ଠାରେ ବଳରାମ ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି l ବୌଦ୍ଧ ଜିଲ୍ଲା ସଭାପତି ଭୋଲାଗିରି ସାହୁଙ୍କ ନେତୃତ୍ଵରେ ମହାଆଡମ୍ବରରେ ପାଳିତ ହୋଇଥିଲା। ସର୍ବପ୍ରଥମେ ଚାଷୀ କୁଳର ଇଷ୍ଟଦେବତା ଶ୍ରୀ ବଳରାମ ଜୀଙ୍କ ଜୟନ୍ତୀ ନିମନ୍ତେ ପୂଜାର୍ଚନା କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ତ୍ରିଲୋଚନ ଭୋଇ ଓ ତାଙ୍କ ସହଧର୍ମିଣୀ ତୁଲାଇଥିଲେ l ଏହି ଅବସରରେ ଉପସ୍ଥିତ ମହିଳା ଚାଷୀମାନେ ଅତିଥି ଓ ଚାଷୀ ଭାଇଙ୍କ ହାତରେ ରକ୍ଷା ବାନ୍ଧି ଦୀର୍ଘ ଜୀବନ କାମନା କରିଥିଲେ l ଏହି ଅବସରରେ ଏକ ସାଧାରଣସଭା ସଭାପତି ଶ୍ରୀ ସାହୁଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ବରଗଡ଼ର କିସାନ୍ ସଂଘ ତୁଙ୍ଗ ନେତl ଶ୍ରୀ କେଦାର ମିଶ୍ର,ସଂମ୍ମାନିତ ଅତିଥି ଭାବେ ବରଗଡ଼ର ଜିଲ୍ଲା ସମ୍ପାଦକ ଚୈତନ୍ୟ କର୍ଣ୍ଣ ଓ ଓଡ଼ିଶାର ରାଜ୍ୟ ମହିଳା ସଭାନେତ୍ରୀ ସଂଘମିତ୍ରା ପଟେଲ ଯୋଗଦାନ କରିଥିଲେ ।ଉକ୍ତସଭାରେ କୃଷକ ନେତା ସୂର୍ଯ୍ୟନାରାୟଣ ମହାପାତ୍ର,ନବୀନ ପ୍ରଧାନ ,ବିଶିକେସନ ପ୍ରଧାନ,ସତ୍ୟାନନ୍ଦ ସାହୁ,ଦ୍ଵିତୀ ବାମନ କମ୍ପ,ଶୁଶିଲ ଭୋକ୍ତା, କୁନା ଭାଇ, ରାଧାନଗର ସରପଞ୍ଚ ଗଣେଶ ବେହେରା ଓ ବଢ଼ିଗାଁ ସରପଞ୍ଚ ପ୍ରଫୁଲ୍ଲ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିବାବେଳେ ପ୍ରାୟ 500ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମାହିତ ହୋଇଥିଲା l ସମସ୍ତ ଚାଷୀମାନେ ଏକତ୍ରିତ ହୋଇ ଏ ଅଞ୍ଚଳ ର ଚାଷୀ ଙ୍କ ନିମ୍ନ ଦାବି ଗୁଡ଼ିକ ପୂର୍ଣ୍ଣ କରିବାପାଇଁ ଆପ୍ରାଣ ଚେଷ୍ଟା କରିବେ ବୋଲି ମନ୍ଦିର ପ୍ରାଙ୍ଗଣରେ ପ୍ରତିଜ୍ଞା କରିଥିଲେ।ପ୍ରମୁଖ ଦାବୀ ପ୍ରକାରେ ସlଲୁଙ୍କି ନଦୀର ଗୁରୁଜୀମୁଣ୍ଡା ଗ୍ରାମର

ଗମ୍ଭାରୀ ଦରହ ଠାରେ ଆନିକଟ ବଦଳରେ ଜଳଭଣ୍ଡାର ନିର୍ମାଣ କରିବା, ତତସହିତ ଚାରିଛକର କୀଟାଙ୍ଗପଡା ଠାରେ ବେରେଜ ନିର୍ମାଣ, ବୌଦ୍ଧ ରେଳ ଷ୍ଟେସନ ଠାରେ ସାର ଗଛିତ ରଖିବା ପାଇଁ ରେକ ନିର୍ମାଣ, ଧାନ ବିକ୍ରୟ ପାଇଁ ରେଜିଷ୍ଟେସନ ଅବଧି ଆଉ 15ଦିନ ବଢେଇବା, ବୌଦ୍ଧ ନୂତନ ଡାକ୍ତରଖାନା ଗୃହକୁ ତୁରନ୍ତ ସ୍ଥାନାନ୍ତରିତ କରିବା ସହିତ ମେଡିକାଲ କଲେଜରେ ପରିଣତ କରିବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ସଭାରେ ସ୍ଥିର କରାଯାଇଥିଲା l ଏହି ଦାବୀ ସମୂହ ପୂରଣ ନ ହେଲେ ଆସନ୍ତା ଡିସେମ୍ବର ମାସରେ ହଜାର ହଜାର ଚାଷୀ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି l ବୌଦ୍ଧରୁ କୃତ୍ତିବାସ ପଲିଆଙ୍କ ରିପୋର୍ଟ ଆପଣଙ୍କ ଖବର






