ଏ.କେ ବ୍ୟୁରୋ : ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠି ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ ପାଇଁ ବିଦ୍ୟାଳୟକୁ ଆସୁଛନ୍ତି, ସେଠାରେ ଶିକ୍ଷକ ଶ୍ରେଣୀଗୃହରେ ଆରାମରେ ଶୋଇ ରହୁଥିବା ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହିଭଳି ଦୃଶ୍ୟ ଦେଖିବାକୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ କିରିଆମ୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ସୂଚନା ଅନୁସାରେ ଏହି ବିଦ୍ୟାଳୟ ର ସହକାରୀ ଶିକ୍ଷକ ପଦ୍ମଲାଭ ପାତ୍ର ଠିକ ସମୟରେ ବିଦ୍ୟାଳୟକୁ ଆସୁନଥିବା ବେଳେ, ପାଠ ନ ପଢାଇ ବିଦ୍ୟାଳୟ ଶୋଇ ରହୁଛନ୍ତି, ଏବଂ ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର ମଧ୍ୟ କରୁଛନ୍ତି,

ଏହାକୁ ପ୍ରଧାନ ଶିକ୍ଷକ ବିରୋଧ କଲେ ସମ୍ପୃକ୍ତ ଶିକ୍ଷକ ଙ୍କ ଭାଇ ପ୍ରହଲ୍ଲାଦ ପାତ୍ର ଯିଏ କି ନୂଆପଲ୍ଲୀ ବିଦ୍ୟାଳୟର ଶିକ୍ଷକ ସେ ସବୁବେଳେ ଆସି ବିଦ୍ୟାଳୟ ରେ ଝଗଡା କରୁଛନ୍ତି, ଏ ନେଇ ବୁଗୁଡ଼ା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ! ବିଦ୍ୟାଳୟରେ ପାଠପଢା ସମୟରେ ଏଭଳି ଘଟଣା ଘଟିଥିବାରୁ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ କେତେକ ଶିକ୍ଷକଙ୍କ ଏଭଳି ଖାମଖିଆଲି ମନୋଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାର ଆଶଙ୍କା ଦେଖାଦେଇଛି। ଶିକ୍ଷକ ପାଠ ପଢ଼ାଇବା ପରିବର୍ତ୍ତେ ବିଦ୍ୟାଳୟରେ ଶୋଇ ରହିବା ଘଟଣା ଶିକ୍ଷା ବିଭାଗର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।ଅଭିଭାବକମାନଙ୍କ କହିବା ଅନୁଯାୟୀ, ଏଭଳି ଅବହେଳା ଯୋଗୁଁ ଛାତ୍ରଛାତ୍ରୀମାନେ ଠିକ୍ ଭାବରେ ପାଠପଢ଼ାର ସୁଯୋଗ ପାଉନାହାନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର।






