ଏ.କେ ବ୍ୟୁରୋ : ମାଆକୁ ମାରି ସିମେଣ୍ଟ ପ୍ଲାଷ୍ଟର କରିବା ଘଟଣା, ୭ ଦିନ ପରେ ମିଳିଲା ପରିଚୟ । ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ମା’କୁ ମାରି ସିମେଣ୍ଟ ପ୍ଲାଷ୍ଟର କରିଦେବା ଘଟଣାରେ ୭ ଦିନ ପରେ ମିଳିଛି ମା’ର ପରିଚୟ ମିଳିଛି । ବୃଦ୍ଧା ହେଲେ ଗଜପତି ଜିଲ୍ଲା କାଶୀନଗର ଥାନା ଅଧୀନ ଖରଡ଼ା ଗାଁର ଅନ୍ନପୂର୍ଣ୍ଣା ଦଳେଇ ।
ପୁରୀ ପୋଲିସ ଗଜପତି ଜିଲ୍ଲାର ବିଭିନ୍ନ ଥାନାକୁ ସିସିଟିଭିରୁ ସଂଗୃହୀତ ଫଟୋ ପଠାଇଥିଲା । କାଶୀନଗର ଥାନା ପୋଲିସ ସେହି ଫଟୋକୁ ନେଇ ବିଭିନ୍ନ ଗାଁକୁ ଯାଇଥିଲା । ଖରଡ଼ା ଗାଁରେ ପଚରାଉଚରା ସମୟରେ ଜଣେ ସମ୍ପର୍କୀୟ ଫଟୋକୁ ଚିହ୍ନିଥିଲେ। ପରେ କାଶୀନଗର ପୋଲିସ ସହାୟତାରେ ପୁରୀ ପୋଲିସ ବୃଦ୍ଧାଙ୍କ ପରିଚୟ ପାଇଛି । ଅନ୍ନପୂର୍ଣ୍ଣାଙ୍କ ଦୁଇ ପୁଅ। ସାନ ପୁଅ ମଦନ ଦଳେଇ ମାଆକୁ ନିଜ ପାଖରେ ରଖିଥିଲା । ମଦନ ଏବେ ଫେରାର ଅଛି I ମଦନର ବଡ ଭାଇ ସହ ଭଲ ସମ୍ପର୍କ ନଥିଲା। ମଦନ ବିବାହିତ । କିନ୍ତୁ ସେ ନିଜ ମାଆଙ୍କୁ ସ୍ତ୍ରୀ ଓ ପିଲାଙ୍କ ସହ ନରଖି ନିଜ ପାଖରେ ରଖୁଥିଲା । ପୁରୀକୁ ମାଆ ପୁଅ ୬ ମାସ ତଳେ ଆସିଥିଲେ। ପ୍ରଥମେ ସେମାନେ ସର୍ବୋଦୟ ନଗରରେ ରହୁଥିଲେ।ପରେ ସେମାନେ ଯାଇଗଡ ଜାଗା ପତିତପାବନ ଲେନ୍ ନିକଟ ଭଗବାନ ସାହୁଙ୍କ ଘରେ ଭଡାରେ ରହୁଥିଲେ । ମଦନ ଗିରଫ ହେବା ପରେ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ ହେବ ବୋଲି କହିଛନ୍ତି ପୁରୀ ଏପସି ।






